ଭୁବନେଶ୍ବର: ଓଡିଶା ବନ୍ଦକୁ ସଫଳ କରିବାକୁ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ଆସନ୍ତା 12 ତାରିଖରେ ଓଡିଶା ବନ୍ଦକୁ ସଫଳ କରିବାକୁ ନିବେଦନ କରିଛି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ।
ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଆସନ୍ତା ୧୨ ତାରିଖରେ 6 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ । ଭୁବନେଶ୍ବର ଜିଲ୍ଲା କଂଗ୍ରେସ ମୁଖପାତ୍ର ସଞ୍ଜୀବ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜଧାନୀର ସବୁ ଛକରେ ପିକେଟିଂ କରିବେ କଂଗ୍ରେସ କର୍ମୀ । ଗଳିକନ୍ଦିରେ ବାଇକ ରାଲି କରି ଲୋକଙ୍କୁ ସଚେତନ କରାଯିବ। ସେହିପରି ଏହି ବନ୍ଦ ସମୟରେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ମେଡିକାଲ ଯାଉଥିଲେ ଲୋକଙ୍କୁ କୌଣସି ପ୍ରକାର ବାଧା ଦିଆଯିବ ନାହିଁ ।