କଟକ: ଆସନ୍ତା ୧୨ରେ ବାରବାଟୀରେ ଖେଳାଯିବ ଭାରତ ଏବଂ ଦକ୍ଷିଣ ଆଫ୍ରିକା T20ର ଦ୍ବିତୀୟ ମ୍ୟାଚ । ଏହାପୂର୍ବରୁ ଆଜି(ଶୁକ୍ରବାର) ଭୁବନେଶ୍ବରରେ ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି । ଭୁବନେଶ୍ବର ସ୍ଥିତ ମେଫେୟାର ହୋଟେଲରେ ଖେଳାଳିଙ୍କ ରହଣିର ବ୍ୟବସ୍ଥା କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରୁ ରଖି ସମସ୍ତ ବନ୍ଦୋବସ୍ତ କରାଯାଇଥିବା ଭୁବନେଶ୍ବର DCP ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
Barabati T20: ଖେଳାଳିଙ୍କ ସୁରକ୍ଷା ନେଇ DCPଙ୍କ ପତିକ୍ରିୟା - ଖୋଳାଳିଙ୍କ ସୁରକ୍ଷା ନେଇ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର ଡିସିପି
ବାରବାଟୀରେ ଆସନ୍ତା ୧୨ରେ ଖେଳାଯିବାକୁ ଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା T20 ଦ୍ବିତୀୟ ମ୍ୟାଚ୍ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି । ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର DCP । ଅଧିକ ପଢନ୍ତୁ
Barabati Fight: ଖେଳାଳିଙ୍କ ସୁରକ୍ଷା ନେଇ DCPଙ୍କ ପତିକ୍ରିୟା
ସୂଚନା ଅନୁସାରେ, ବାରବାଟୀ ଫାଇଟ ପାଇଁ ଆସନ୍ତାକାଲି ଦୁଇ ଟିମ ଷ୍ଟାଡିୟମରେ ଅଭ୍ୟାସ କରିପାରନ୍ତି । ଫଳରେ ଖେଳାଳିଙ୍କୁ ଭୁବନେଶ୍ବରରୁ ହୋଟେଲରୁ ଷ୍ଟାଡିୟମ ପର୍ଯ୍ୟନ୍ତ ନେବା ସମୟରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ସମୟରେ କଟକ-ଭୁବନେଶ୍ୱର ରାସ୍ତାରେ ଟ୍ରାଫିକ୍ ଓ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ୱର