ଭୁବନେଶ୍ବର:ଚାଲିଛି ଭୁବନେଶ୍ବର ପୋର ନିର୍ବାଚନ । ନିର୍ବାଚନ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଭୁବନେଶ୍ବର ଡିସିପି । DCP କାର୍ଯ୍ୟାଳୟର ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ଭୁବନେଶ୍ବର ପୋଲିଂ ବୁଥ ଉପରେ ରଖିଛି ନଜର । କୌଣସି ପୋଲିସ ଅଧିକାରୀ ସମସ୍ୟାରେ ପଡିଲେ କିମ୍ବା କେଉଁଠି ଫୋର୍ସ ଦରକାର ପଡିଲେ ସେ ସବୁର ଅପଡେଟ ଜାଣି ହେଉଛି ।
ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ୭୦୫ଟି ବୁଥର ନିର୍ବାଚନ ପରିଚାଳନା କରୁଛନ୍ତି ଭୁବନେଶ୍ବର ଡିସିପି । ସୁରକ୍ଷା ବ୍ୟବସ୍ଥା ଓ ପାଟ୍ରୋଲିଂ ଆଲର୍ଟ କିପରି ରହୁଛି ସେ ନେଇ ଡସିପି ଅଫିସରୁ ମନିଟର ହେଉଛି ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ । ଯେଉଁଠି ପୁରା ଭୁବନେଶ୍ବର ୬୭ଟି ଓ୍ବାର୍ଡର ୭୦୫ଟି ବୁଥର ଅପଡେଟ ଗୋଟିଏ ସ୍ଥାନରୁ ଜାଣି ହେଉଛି । କୌଣସି ପୋଲିସ ଅଧିକାରି ସମସ୍ୟାରେ ପଡିଲେ ବା ଫୋର୍ସ ଦରକାର ପଡିଲେ ସେ ସବୁର ଅପଡେଟ ଏଠାରେ ଜାଣି ହେଉଛି ।