ଓଡିଶା

odisha

Christmas Celebration: ନିୟମ ମାନିବାକୁ ଭୁବନେଶ୍ବର DCPଙ୍କ ଅନୁରୋଧ

ବଡ଼ଦିନ ଥିବାରୁ ଚର୍ଚ୍ଚରେ ସମସ୍ତେ ସରକାରଙ୍କ ମାର୍ଗଦର୍ଶିକା ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ । ଅଧିକ ପଢନ୍ତୁ

By

Published : Dec 24, 2021, 7:46 PM IST

Published : Dec 24, 2021, 7:46 PM IST

Christmas Celebration in Church: ନିୟମ ମାନିବାକୁ ଭୁବନେଶ୍ବର DCPଙ୍କ ଅନୁରୋଧ
Christmas Celebration in Church: ନିୟମ ମାନିବାକୁ ଭୁବନେଶ୍ବର DCPଙ୍କ ଅନୁରୋଧ

ଭୁବନେଶ୍ବର: ଆସନ୍ତାକାଲି(ଶନିବାର) ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ତଥା ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ମୁଖ୍ୟପର୍ବ ଖ୍ରୀଷ୍ଟମାସ । ତେବେ ବଡ଼ଦିନ ଥିବାରୁ ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚର୍ଚ୍ଚରେ କୋଭିଡ଼ କଟକଣାକୁ ପାଳନ କରିବା ସହିତ ଲୋକେ ସରକାରଙ୍କ ମାର୍ଗଦର୍ଶିକାକୁ ମାନିବାକୁ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ରାଜଧାନୀବାସୀଙ୍କୁ ଅନୁରୋଧ କରିଛନ୍ତି ।

Christmas Celebration in Church: ନିୟମ ମାନିବାକୁ ଭୁବନେଶ୍ବର DCPଙ୍କ ଅନୁରୋଧ

ଏହା ବି ପଢନ୍ତୁ: Covid Guideline Odisha: ବଡଦିନ ପାଳନରେ ବ୍ରେକ, ହେବନି ଜିରୋ ନାଇଟ ସେଲିବ୍ରେସନ

ଏହାସହ ମାର୍କେଟରେ ଅଯଥା ଗହଳି ନ କରିବାକୁ କହିଛନ୍ତି। ଆଉ ଭିଡ଼ର ନିୟନ୍ତ୍ରଣ ଲାଗି ଚର୍ଚ୍ଚର ଅଧିକାରୀଙ୍କ ସହ କଥା ହେବା ସହ ଆଇଆଇସି ମାନଙ୍କୁ ଏଥିପ୍ରତି ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କରୋନାକୁ ପ୍ରତିହତ କରିବା ପାଇଁ ରାଜଧାନୀବାସୀଙ୍କ ସହଯୋଗ ସହ ସଚେତନତା କାମନା କରିଛନ୍ତି ଡିସିପି । ରାଜଧାନୀର ସବୁ ଚର୍ଚ୍ଚ ସମ୍ମୁଖରେ ପୋଲିସ ସଜାଗ ରହିବେ ଆଉ ଭିଡ ଉପରେ ନଜର ରଖିବେ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details