ଭୁବନେଶ୍ବର:ହାବିଲଦାର ସ୍ୱାମୀ ନାଁରେ ଦ୍ଵିତୀୟ ପତ୍ନୀଙ୍କ ଅଭିଯୋଗ ଘଟଣା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି । ଆଜି ସୁଦ୍ଧା ରିପୋର୍ଟ ଦେବେ ମହିଳା ଥାନା ଆଇଆଇସି । ତଦନ୍ତ ଆଧାରରେ ହାବିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ଉମା ଶଙ୍କର ଦାସ କହିଛନ୍ତି ।
ସୂଚନାଅନୁସାରେ, ଧଉଳି ଥାନା ହାବିଲଦାର ସଦାଶିବ ସ୍ବାଇଁ ପ୍ରଥମ ବିବାହ କରିଥିଲେ । ପ୍ରଥମ ବିବାହର ଛାଡ଼ପତ୍ର ନ ଦେଇ ଏହାପରେ ବାସନ୍ତୀ ସ୍ବାଇଁ ନାମକ ଜଣେ ମହିଳାଙ୍କୁ ଦ୍ବିତୀୟ ବିବାହ କରିଥିଲେ । ବିବାହ ପରେ ବାସନ୍ତୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । କେସ ନମ୍ବର ୦୦୯/୨୦୨୨ରେ ଆଜି ଖାକି ବାବୁ ଜଣଙ୍କୁ ବାନ୍ଧିଛି ପୋଲିସ । ଘଟଣା ନେଇ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଗିରଫ ହାବିଲଦାରଙ୍କୁ ଥାନାରେ ପଚରାଉଚରା ଜାରି ରଖିଛି କମିଶନରେଟ ପୋଲିସ ।