ଓଡିଶା

odisha

ETV Bharat / city

ହୁସିଆର ଅନଲାଇନ ବାଇକ ବିକ୍ରି, ଟେଷ୍ଟ ଡ୍ରାଇଭ ନାରେ ଲୁଟୁଛନ୍ତି ଗାଡି

ନିଳକଣ୍ଠ ନଗର ନୟାପଲ୍ଲିର ରଜତ ପାତ୍ର ଓଏଲଏକ୍ସରେ ଏକ ଡ୍ୟୁକେ ବାଇକ ବିକ୍ରି କରିବାକୁ ବିଜ୍ଞାପନ ଦେଇଥିଲେ । ସେହିଦିନ ତାଙ୍କୁ ଦୁଇ ଲୁଟେରା ଗାଡି କିଣିବାକୁ କଲ କରିବା ସହ ଟେଷ୍ଟ ଡ୍ରାଇଭ ବାହାନାରେ ଗାଡି ନେଇଥିଲେ । ବାଟରେ କିଛିବାଟ ଯାଇ ନିଛାଟିଆ ଦେଖି ଗାଡି ମାଲିକକୁ ଧମକାଇ ମଞ୍ଚେଶ୍ବରରେ ଗାଡି ଲୁଟ କରି ମାରିଥିଲେ ଛୁ । ସେମାନେ ହେଲେ ପୁରୀ ମଧୁବନର ଅଭିନାଶ ଖୁଣ୍ଟିଆ ଓ ଖଣ୍ଡବନ୍ଧର ପ୍ରଭୁରାମ ସ୍ବାଇଁ ।

By

Published : Mar 27, 2019, 4:40 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ବର: ହୁସିଆର ଅନଲାଇନରେ ଗାଡି ବିକ୍ରି କରୁଛନ୍ତି କି ? ସାବଧାନ ନଚେତ ଆପଣଙ୍କ ଗାଡି ହୋଇପାରେ ଲୁଟ । କାରଣ ଟେଷ୍ଟ ଡ୍ରାଇଭ ନାରେ ଲୁଟେରା ଲୁଟୁଛନ୍ତି ଗାଡି । ଏମିତି ଏକ ଲୁଟ କରିଥିବା ଦୁଇ ଲୁଟେରାଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ସେମାନେ ହେଲେ ପୁରୀ ମଧୁବନର ଅଭିନାଶ ଖୁଣ୍ଟିଆ ଓ ଖଣ୍ଡବନ୍ଧର ପ୍ରଭୁରାମ ସ୍ବାଇଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ସୁଚନା ମୁତାବକ, ଗତ21 ତାରିଖରେ ନିଳକଣ୍ଠ ନଗର ନୟାପଲ୍ଲିର ରଜତ ପାତ୍ର ଓଏଲଏକ୍ସରେ ଏକ ଡ୍ୟୁକେ ବାଇକ ବିକ୍ରି କରିବାକୁ ବିଜ୍ଞାପନ ଦେଇଥିଲେ । ସେହିଦିନ ତାଙ୍କୁ ଦୁଇ ଲୁଟେରା ଗାଡି କିଣିବାକୁ କଲ କରିବା ସହ ଟେଷ୍ଟ ଡ୍ରାଇଭ ବାହାନାରେ ଗାଡି ନେଇଥିଲେ । ବାଟରେ କିଛିବାଟ ଯାଇ ନିଛାଟିଆ ଦେଖି ଗାଡି ମାଲିକକୁ ଧମକାଇ ମଞ୍ଚେଶ୍ବରରେ ଗାଡି ଲୁଟ କରି ମାରିଥିଲେ ଛୁ ।

ଏନେଇ ରଜତ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ । ଏହାପରେ କମିସନରେଟ ପୋଲିସ ଦୁଇ ଲୁଟେରାଙ୍କୁ ଗିରଫ କରିବା ସହ ଉକ୍ତ ଗାଡିକୁ ମଧ୍ୟ ଜବତ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details