ଭୁବନେଶ୍ବର: ସଂକ୍ରମଣ ରୋକିବାକୁ ନୂଆ ଷ୍ଟ୍ରାଟେଜି। ଏଣିକି ଫୋକସରେ ଡେଲି ମାର୍କେଟ। ଏନେଇ ସମସ୍ତ ଥାନା ଅଞ୍ଚଳର ହାଟ ଓ ଡେଲି ମାର୍କେଟକୁ ଗୁରୁତ୍ବ ଦେଇଛି କମିଶନରେଟ ପୋଲିସ ।
ରାଜଧାନୀର ସମସ୍ତ ଥାନାକୁ ନିର୍ଦେଶ ପରେ ଥାନା ଅଞ୍ଚଳର ମାର୍କେଟରେ ସୋସିଆଲ ଡିଷ୍ଟାନ୍ସ ଓ ମାସ୍କ ବ୍ୟବହାର ନେଇ ଏନଫୋରସମେଣ୍ଟ ଆରମ୍ଭ କରିଛି କମିଶନରେଟ ପୋଲିସ। ଏନେଇ ମାଇକ ଜରିଆରେ ହାଟରେ ସଚେତନତା ମେସେଜ ସହ ପୋଲିସ ଡିପ୍ଲୋୟମେଣ୍ଟ କରାଯାଇଛି। ଯେପରି ଲୋକମାନଙ୍କ ଦ୍ବାରା ସୋସିଆଲ ଡିଷ୍ଟାନ୍ସ ଭାଓଲେସନ ନ ହେବ ସଂକ୍ରମଣ ବ୍ୟାପିବାରୁ ରୋକାଯାଇପାରିବ। ଏନେଇ ସୁନ୍ଦରପଦା ହାଟ, ୟୁନିଟ ୧, ୟୁନିଟ ୨, ସହିଦନଗର ଓ ଧଉଳି ଅଞ୍ଚଳର ଡେଲି ମାର୍କେଟ ଓ ହାଟରେ ନୂଆ ପ୍ଲାନ ଏନଫୋରସମେଣ୍ଟ କରାଯାଇଛି ।