ଓଡିଶା

odisha

ETV Bharat / city

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦ: ଆସନ୍ତା 6 ରେ କଂଗ୍ରେସର ଆନ୍ଦୋଳନ

ରାଜ୍ୟରେ ବଢୁଥିବା ବିଦ୍ୟୁତ ଦର ପ୍ରତିବାଦରେ ଏପ୍ରିଲ 6 ତାରିଖରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଚେତାବନୀ । ଅଧିକ ପଢନ୍ତୁ...

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ 6 ରେ ଭୁବନେଶ୍ବର କଂଗ୍ରେସର ଆନ୍ଦୋଳନ
ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ 6 ରେ ଭୁବନେଶ୍ବର କଂଗ୍ରେସର ଆନ୍ଦୋଳନ

By

Published : Apr 1, 2021, 10:40 PM IST

ଭୁବନେଶ୍ବର:ରାଜ୍ୟରେ ବଢୁଥିବା ବିଦ୍ୟୁତ ଦର ପ୍ରତିବାଦରେ ଏପ୍ରିଲ 6 ତାରିଖରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଓଇଆରସି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଆଜି (ଗୁରୁବାର) କଂଗ୍ରେସ ଭବନରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଦଳ ।

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦ: ଆସନ୍ତା 6 ରେ କଂଗ୍ରେସର ଆନ୍ଦୋଳନ

ଏହା ସହ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା 4 ତାରିଖ ସନ୍ଧ୍ୟା 6.30 ରୁ 7 ଯାଏ ଅଧାଘଣ୍ଟା ପର୍ଯ୍ୟନ୍ତ ସମସ୍ତ ବୈଦ୍ୟୁତିକ ସାମଗ୍ରୀ ବନ୍ଦ କରି ପ୍ରତିବାଦ କରିବାକୁ ଦଳ ପକ୍ଷରୁ ସ୍ଥିର କରାଯାଇଛି । ରାଜ୍ୟ ସରକାର ଯେଉଁ ୟୁଜର ଫି ଆଦାୟ କରାଯାଉଛି ତାହାକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଛି । ଅନେକ ସ୍ଥାନରେ ଏହି ଫି ବିରୋଧରେ ଜନ ଅସନ୍ତୋଷ ଦେଖା ଗଲାଣି । ଆଗାମୀ ଦିନରେ ରାଜଧାନୀବାସୀ ଏକ ହୋଇ ଏହା ବିରୋଧରେ ସ୍ୱର ଉତୋଳନ କରିବାକୁ ଆହ୍ବାନ ଦେଇଛନ୍ତି ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ।

ଏହା ସହ ରାଜ୍ୟରେ ବର୍ତ୍ତମାନ ଅଫିସର ରାଜ ଚାଲିଛି ବୋଲି ଅଭିଯୋଗ କରିଛି ଦଳ । ୟୁଜର୍ସ ଫି ଯଦି 1 ମାସ ମଧ୍ୟରେ ପ୍ରତ୍ୟାହାର ନହୁଏ ତେବେ ଆଗାମୀ ଦିନରେ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସ କହିଛନ୍ତି ।

ଆଜିର ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, କଂଗ୍ରେସ ନେତା ଶିବାନନ୍ଦ ରାୟ , ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସ ଏବଂ କଂଗ୍ରେସ ନେତ୍ରୀ ରଶ୍ମି ପଟ୍ଟନାୟକ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details