ଓଡିଶା

odisha

ETV Bharat / city

ଲୋକଙ୍କ ନିଦ ହଜାଉଥିଲା ଲୁଟେରା ଗ୍ୟାଙ୍କ, କାବୁ କଲା କମିଶନରେଟ ପୋଲିସ - ଭୁବନେଶ୍ବର ବାଇକ ଲୁଟେରା ଗ୍ୟାଙ୍ଗ

ରାଜଧାନୀ ଉପକଣ୍ଠରେ ବାଇକ ଚୋରି କରି ଲୋକଙ୍କ ନିଦ ହଜାଉଥିବା ଲୁଟେରା ଗ୍ୟାଙ୍କକୁ ଧରିଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ

ଲୋକଙ୍କ ନିଦ ହଜାଉଥିଲା ଲୁଟେରା ଗ୍ୟାଙ୍କ, କାବୁ କଲା କମିଶନରେଟ ପୋଲିସ
ଲୋକଙ୍କ ନିଦ ହଜାଉଥିଲେ ଲୁଟେରା ଗ୍ୟାଙ୍କ, କାବୁ କଲା କମିଶନରେଟ ପୋଲିସ

By

Published : Apr 8, 2022, 4:23 PM IST

Updated : Apr 8, 2022, 5:01 PM IST

ଭୁବନେଶ୍ବର:ଦଳ ହୋଇ ଘରେ ପଶୁଥିଲେ, ଏକାଥରେ ୩ ରୁ ୪ ଗାଡି ଚୋରି କରୁଥିଲେ । ଇନଫୋ ଭ୍ୟାଲି, ମଞ୍ଚେଶ୍ବର, ଜଟଣି, ଭରତପୁର ଥାନା ଅଞ୍ଚଳରେ ଲୋକଙ୍କ ନିଦ ହଜାଉଥିବା ଏହି ବାଇକ ଚୋର ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ । ୩୦ ଟି ଚୋରା‌ ବାଇକ ଜବତ କରିବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଲୋକଙ୍କ ନିଦ ହଜାଉଥିଲା ଲୁଟେରା ଗ୍ୟାଙ୍କ, କାବୁ କଲା କମିଶନରେଟ ପୋଲିସ

ଏଥିସହ ଚୋରି ଗାଡି କିଣୁଥିବା ୨ ଜଣ ରିସିଭରଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ଏମାନେ ବିଶେଷ କରି ରାତି ସମୟରେ ସହରର ଉପକଣ୍ଠରେ ବୁଲୁଥିଲେ । ନିଛାଟିଆ ଆଢୁଆଳ ଦେଖି ଘରେ ପଶୁଥିଲେ । ଗ୍ରିଲ ତାଡି ୩ ରୁ ୪ ଗାଡି ଚୋରି କରୁଥିଲେ । ଏହିପରି ଭାବରେ ଫେବୃଆରୀ ଓ ମାର୍ଚ୍ଚ ମାସରେ ଏହି ଗ୍ୟାଙ୍କ ଅଧିକ ଚୋରି କରୁଥିଲେ ।

ଲୋକଙ୍କ ନିଦ ହଜାଉଥିଲା ଲୁଟେରା ଗ୍ୟାଙ୍କ, କାବୁ କଲା କମିଶନରେଟ ପୋଲିସ

ଶେଷରେ ସିସିଟିଭିରେ ମିଳିଥିଲା ଗ୍ୟାଙ୍ଗର ସୁରାକ । ପୋଲିସ ଖୋଳତାଡ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ବ୍ରହ୍ମପୁର ଏବଂ ପୁରୀ ଅଞ୍ଚଳର ହୋଇଥିବା ଜଣାପଡିଛି । ବିଶେଷ କରି ଗାଡି ଚୋରି ପରେ ୧୦ ରୁ ୧୨ ହଜାର ଟଙ୍କାରେ ବିକ୍ରି କରିଦେଉଥିଲେ । ଏହିପରି ଢଙ୍ଗରେ ରାଜଧାନୀର ଉପକଣ୍ଠରୁ ବୁଲେଟ ଭଳି ବାଇକ ମଧ୍ୟ ହାଣ୍ଡେଲ ଭାଙ୍ଗି ଚୋରି କରୁଥିଲେ ଦୁର୍ବୃତ୍ତ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 8, 2022, 5:01 PM IST

ABOUT THE AUTHOR

...view details