ଭୁବନେଶ୍ବର: ଆଉ ଦିନ କେଇଟା ପରେ ଆରମ୍ଭ ହେବ ଦୁର୍ଗାପୂଜା । ସଜେଇ ହେଲାଣି ରାଜଧାନୀ ଭୁବନେଶ୍ବର । ଏନେଇ ଉତ୍ସବମୁଖର ହୋଇ ଉଠିଛି ସହର । ଚାରିଆଡ଼େ ଲାଗିଛି ଚିକମିକ ଆଲୁଅ । କୋରୋନା କଟକଣା ଏଥର ନଥିବାରୁ ଚଳିତ ବର୍ଷ ଧୁମଧାମରେ ପାଳନ ହେବ ଦୁର୍ଗାପୂଜା । ତେବେ ଆଗକୁ ପୂଜା ଥିବାରୁ ଏଥିପାଇଁ ଆଗୁଆ ସତର୍କତା ପାଇଁ ପୋଲିସ ରହିଛି ସଜାଗ(Commissionerate police ) ।
ଏହି ଅନୁସାରେ ଖାରବେଳ ନଗର ଥାନା ମାଳିସାହିରେ ପଶିଛି କମିଶନରେଟ୍ ପୋଲିସ(Commissionerate police raid in mali sahi ) । ରେଡ୍ ଲାଇଟ୍ ଏରିଆ ଭାବେ ପରିଚିତ ଏହି ଅଞ୍ଚଳରେ ପୋଲିସ ପହଞ୍ଚି କିଛି ବସ୍ତିରେ ଚଢଉ କରିଛି । ଏଠାରେ ରାଜ୍ୟ ବାହାର ଲୋକ ରହୁଥିବାର ଖବରପାଇ ପୋଲିସ ଚେକ୍ କରିଛି । ସେମାନଙ୍କର ପରିଚୟ ଓ କାହିଁକି ରହୁଛନ୍ତି ସେନେଇ କାରଣ ପଚାରି ବୁଝିଛି । ଏପରିକି ଏକ ମସଜିଦ ଭିତରେ ଥିବା ଲଜରେ କିଛି ଲୋକ ରହୁଥିବାରୁ ସେମାନଙ୍କର ପରିଚୟପତ୍ର ଯାଞ୍ଚ କରି ରଖିବାକୁ ସଚେତନ କରାଯାଇଛି ।
ପୂଜା ସମୟରେ ଯେପରି କ୍ରିମିନାଲ ଏଠାରେ ନରୁହନ୍ତି ସେଥି ପ୍ରତି ବେଶ ସଜାଗ ରହିଛି କମିଶନରେଟ ପୋଲିସ (Commissionerate police raid in mali sahi ) । ସୂଚନାନୁସାରେ ଏହି ପୂଜା ସମୟରେ ଅନେକ ଅପରାଧିକ କାର୍ଯ୍ୟକଳାପ ଦେଖିବାକୁ ମିଳେ । ଛିନତାଇଠୁ ଆରମ୍ଭ କରି ମରର୍ଡ ପର୍ଯ୍ୟନ୍ତ ଘଟିଥାଏ ନାନା ଅଘଟଣ । ତେଣୁ ଏହାକୁ ଦୃଷ୍ଟିରେ ରଖି ଚାରିଆଡ଼େ ନାଲି ଆଖି ବୁଲାଉଛି କମିଶନରେଟ୍ ପୋଲିସ ।