ଓଡିଶା

odisha

ETV Bharat / city

U-17 ମହିଳା ଫୁଟବଲ ବିଶ୍ବକପ: କଡା ସୁରକ୍ଷା ବଳୟରେ କଳିଙ୍ଗ ଷ୍ଟାଡିୟମ

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପ ପାଇଁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ

By

Published : Oct 10, 2022, 3:05 PM IST

U-17 womens football WC
ଚାରି ସ୍ତରୀୟ ସୁରକ୍ଷା ବଳୟରେ ରହିବ କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ବର: ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏନେଇ ଆଜି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ କଳିଙ୍ଗ ଷ୍ଟାଡିୟମର ସମୀକ୍ଷା କରିଛି ପୋଲିସ କମିଶନର । ଫୁଟବଲ୍ ବିଶ୍ବକପ ପାଇଁ ଚାରି ସ୍ତରୀୟ ସୁରକ୍ଷା ବଳୟରେ ରହିବ କଳିଙ୍ଗ ଷ୍ଟାଡିୟମ । ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନିସପେକ୍ଟର ରହିବେ ।

ଚାରି ସ୍ତରୀୟ ସୁରକ୍ଷା ବଳୟରେ ରହିବ କଳିଙ୍ଗ ଷ୍ଟାଡିୟମ

୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଶାନ୍ତି ଶୃଙ୍ଖଳାର ମ୍ୟାଚ ଶେଷ କରିବା ଦିଗରେ ଫୋକସ ରଖିଛି କମିଶନରେଟ୍‌ ପୋଲିସ ।ଚାରିସ୍ତରୀୟ ସୁରକ୍ଷା ବଳୟରେ ରହିବ କଳିଙ୍ଗ ଷ୍ଟାଡିୟମ । ଷ୍ଟାଡ଼ିୟମ ଭିତରେ ସାଧା ପୋଷାକରେ ପୋଲିସ ମୁତୟନ ରହିବେ । ପାର୍କିଂ ଆଉ ଟ୍ରାଫିକକୁ ଗୁରୁତ୍ଵ ଦିଆଯିବ । ଶାନ୍ତିଶୃଙ୍ଖଳାରେ ଖେଳ ପରିଚାଳନା ହେବ ସେଥିପାଇଁ କମିଶନରେଟ ପୋଲିସ ପ୍ରସ୍ତୁତ ରହିଛି ।

ପ୍ରଥମ ମ୍ୟାଚ୍‌ ପାଇଁ ପୋଲିସ ପ୍ରଶାଶନ ପକ୍ଷରୁ ବିସ୍ତୃତ ବନ୍ଦୋବସ୍ତ କରାଯାଇଛି । ଆଜି ତାର ସମୀକ୍ଷା କରାଯାଇଥିଲା । ଷ୍ଟାଡିୟମ ବାହାରେ, ଷ୍ଟାଡିୟମ ବାଉଣ୍ଡରି ୱାଲ ଭିତରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଟ୍ରାଫିକ ବ୍ୟବସ୍ଥାକୁ ଠିକ୍‌ ଭାବରେ ପରିଚାଳନା କରିବାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ଷ୍ଟାଡିୟମ ଏଣ୍ଟ୍ରିରେ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି । ୬ ଅତିରିକ୍ତ ଡ଼ିସିପି, ୧୪ ଏସିପି, ୩୦ ଇନିସପେକ୍ଟର୍, ୧୦୦ ଅଧିକାରୀ, ୨୪୦ କନେଷ୍ଟବଳ ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ରହିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ।

ଖେଳାଳି ଓ ଖେଳକୁ ସୁରୁଖୁରୁରେ ତୁଲାଇବାକୁ କମିଶନରେଟ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଛି । ଆସନ୍ତାକାଲି ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହେବ । ଗ୍ରୁପ ଏରେ ଭାରତ ରହିଛି । ଏହାସହ ଏହି ଗ୍ରୁପରେ ଆମେରିକା, ବ୍ରାଜିଲ ଓ ମାରକ୍କୋ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details