ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବରରେ ଏକ କଲେଜ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ବର ନହରକଣ୍ଟା ଶ୍ରୀଜୟଦେବ କଲେଜରେ ଜଣେ ଛାତ୍ରୀ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଛାତ୍ରୀଙ୍କୁ ସେହି କଲେଜର ଜଣେ ଅଧ୍ୟାପକ ଯୌନ ନିର୍ଯାତନା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାର ସାମ୍ନାକୁ ଆସିବାପରେ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ତଦନ୍ତ ନିର୍ଦ୍ଦେଶ ଦେଇଛି ।
ଶ୍ରୀଜୟଦେବ କଲେଜ ଅଫ ଏଜୁକେସନ ଓ ଟେକ୍ନୋଲୋଜିରେ ଅଧ୍ୟାପକଙ୍କ ନାମରେ ଏହି ଅଭିଯୋଗ ଆସିଛି । ମାସ ମାସ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ଅଧ୍ୟାପକ । ପୀଡ଼ିତା କଲେଜର ଯୁକ୍ତ 3 ବିଜ୍ଞାନ ବିଭାଗର ଛାତ୍ରୀ । ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେ ଘଟଣାକୁ କଲେଜ ଭିତରେ ଚାପି ଦେବା ପାଇଁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି । ଉଭୟ ଅଧ୍ୟାପକ ଓ ଛାତ୍ରୀଙ୍କୁ ପଚରାଉଚରା ସହ କଲେଜ କମିଟି ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହି ଘଟଣାର ରିପୋର୍ଟ ପ୍ରଦାନ କରିଥିଲେ ।