ଭୁବନେଶ୍ବର: ପ୍ରତ୍ୟେକ ଦିନ ଅପରାଧ ଓ ଦୁଷ୍କର୍ମ ଖବର ସାମ୍ନାକୁ ଆସୁଛି । ଅନେକ ଅନୁଷ୍ଠାନ ସହ ସାଧାରଣ ଲୋକେ ଏହାକୁ ନିନ୍ଦା କରିବା ସହ ନିଜ ନିଜ ମାଧ୍ୟମରେ ଏହାକୁ ବିରୋଧକରୁଛନ୍ତି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଚକୋଲେଟରେ ତିଆରି ମୂର୍ତ୍ତି ମାଧ୍ୟମରେ ଲୋକମାନଙ୍କୁ ସଚେତନାତା ବାର୍ତ୍ତା ବାଣ୍ଟୁଛନ୍ତି ରାଜଧାନୀ ଭୁବନେଶ୍ବରର ସେଫ ରାକେଶ ଓ ତାଙ୍କ ଟିମର ଦୁଇ ସଦସ୍ୟ।
ଷ୍ଟାଚ୍ୟୁରେ ସାମାଜିକ ବାର୍ତ୍ତା । ତାହା ପୁଣି ମାଟି କି ପ୍ଲାଷ୍ଟର ଅଫ୍ ପ୍ୟାରିସରେ ନୁହେଁ । ଚକୋଲେଟ ମୂର୍ତ୍ତିରେ ସଚେତନତାର ମେସେଜ ଦେଉଛନ୍ତି ରାଜଧାନୀର ସେଫ ରାକେଶ । ପ୍ରାୟ 7 କେଜି ଚକୋଲେଟରେ ତିଆରି କରିଛନ୍ତି ଏହି ଅନନ୍ୟ ମୂର୍ତ୍ତି । ଆଉ ଏହାର ନାଁ ବି ରଖିଛନ୍ତି 'ୱମେନ ଆଣ୍ଡ ଲ’ । ହାଇଦ୍ରାବାଦ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଦୁଷ୍କର୍ମକାରୀଙ୍କ ପାଇଁ ଦଣ୍ଡ ପ୍ରାବଧାନ ଥିବା ଏହି ଷ୍ଟାଚ୍ୟୁ ମାଧ୍ୟମରେ ଦର୍ଶାଇଛନ୍ତି ସେଫ ।