ଭୁବନେଶ୍ବର: ରାଜ୍ୟରେ ଥମୁନି ଲଜ୍ଜା । ବଢିଛି ଚାଲିଛି ନିଷ୍ପାପ ଶିଶୁଙ୍କ ପ୍ରତି ଯୌନ ଶୋଷଣ । ଯୌନ ଭିକ୍ଷୁକଙ୍କୁ ଦେଖାଯାଉନି ସଂର୍ପକ କି ବୟସ । ଆଜି ପୁଣି ରାଜ୍ୟ ରାଜଧାନୀ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏକ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।
ରାଜଧାନୀରେ ଭାଣିଜୀକୁ ଦୁଷ୍କର୍ମ କଲା ମାମୁଁ ! - ନିଷ୍ପାପ ଶିଶୁ
କଡା ଆଇନ ପ୍ରଣୟନ ସତ୍ବେ ଯୌନ ଶୋଷଣରେ ଲାଗୁନାହିଁ ଲଗାମ । ବଢିଛି ଚାଲିଛି ଦୁଷ୍କର୍ମ । କେବେ ଅନ୍ତ ହେବ ଯୌନ ଶୋଷଣ ।
![ରାଜଧାନୀରେ ଭାଣିଜୀକୁ ଦୁଷ୍କର୍ମ କଲା ମାମୁଁ !](https://etvbharatimages.akamaized.net/etvbharat/prod-images/768-512-4193589-thumbnail-3x2-kk.jpg)
ପ୍ରତୀକାତ୍ମକ ଫଟୋ
ନାବାଳିକାଙ୍କ ସଂର୍ପକୀୟ ମାମୁଁ ଏଭଳି ଅମାନବୀୟ କାଣ୍ଡ ଭିଆଇଥିବା ପୀଡିତାଙ୍କ ମା ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ଅଭିଯୋଗ ହେବାପରେ ଅଭିଯୁକ୍ତ ମାମୁଁକୁ ଥାନାରେ ଅଟକ ରଖି ପୋଲିସ ପଚରା ଉଚୁରା କରୁଥିବା ବେଳେ ନାବାଳିକାଙ୍କ ଡାକ୍ତରୀ ମାଇନା କରିଛି । ତେବେ ଅଭିଯୁକ୍ତ ମାମୁଁ ମଧ୍ୟ ନାବାଳକ ଥିବା ସୂଚନା ମିଳିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ