ଓଡିଶା

odisha

ETV Bharat / city

ମିଳୁନି ଦରମା, ମୁହଁ ଖୋଲିଲେ ଚାଲିଯାଉଛି ଚାକିରୀ - କ୍ୟାପିଟାଲ ହସ୍ପିଟାଲରେ ଏଜେନ୍ସି

କ୍ୟାପିଟାଲ ହସ୍ପିଟାଲରେ ଏଜେନ୍ସି ମାଧ୍ୟମରେ ପ୍ରାୟ ୩୦୦ ରୁ ଊର୍ଦ୍ଧ୍ବ କର୍ମଚାରୀ କାମ କରୁଛନ୍ତି । ହେଲେ ସେମାନଙ୍କୁ ଦୀର୍ଘ ଦୁଇ ମାସ ହେଲା ଦରମା ମିଳିନାହିଁ। ଏନେଇ କର୍ମଚାରୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।

ମିଳୁନି ଦରମା, ମୁହଁ ଖୋଲିଲେ ଚାଲିଯାଉଛି ଚାକିରୀ

By

Published : Nov 20, 2019, 7:27 AM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଏଜେନ୍ସି ମାଧ୍ୟମରେ ପ୍ରାୟ ୩୦୦ ରୁ ଊର୍ଦ୍ଧ୍ବ କର୍ମଚାରୀ କାମ କରୁଛନ୍ତି । ହେଲେ ସେମାନଙ୍କୁ ଦୀର୍ଘ ଦୁଇ ମାସ ହେଲା ଦରମା ମିଳିନାହିଁ। ଏନେଇ କର୍ମଚାରୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଏହା ଜାଣିବା ପରେ ହସ୍ପିଟାଲର କର୍ତ୍ତୃପକ୍ଷ ସମସ୍ତ ଏଜେନ୍ସିକୁ ନୋଟିସ କରିବା ସହ ମାସ ପହିଲାରେ ଦରମା ଦିଆଯିବ ବୋଲି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ନିର୍ମଳ ଯୋଜନାରେ ତିନୋଟି ଏଜେନ୍ସି କାର୍ଯ୍ୟ କରୁଛି। ସୁରକ୍ଷାକର୍ମୀଙ୍କ ଠାରୁ ଆରମ୍ଭ କରି ଲଣ୍ଡ୍ରି ଓ ସଫେଇ କର୍ମଚାରୀ ଏହି ତିନୋଟି ଏଜେନ୍ସି ଜରିଆରେ କାର୍ଯ୍ୟ କରୁଛନ୍ତି। ଗତ ସେପ୍ଟମ୍ବର 10 ରୁ ନିର୍ମଳ ଯୋଜନା ଆରମ୍ଭ ହେବା ଦିନ ଠାରୁ ଏଯାବତ କୌଣସି କର୍ମଚାରୀଙ୍କୁ ଦରମା ମିଳିନାହିଁ। ଏନେଇ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀ ବହୁ କଷ୍ଟରେ ରାଜଧାନୀରେ ଗୁଜୁରାଣ ମେଣ୍ଟାଉଛନ୍ତି। ମୁହଁ ଖୋଲିଲେ ଚାକିରୀ ଯିବା ଭୟରେ କୌଣସି କର୍ମଚାରୀ ସମ୍ପୃକ୍ତ ଏଜେନ୍ସି ହେଉ ଅବା ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ଏହି ବାବଦରେ ଜଣାଉନାହାଁନ୍ତି।


ଯିଏ ଦରମା ଉପରେ ମୁହଁ ଖୋଲିବ ତାର ଚାକିରୀ ଚାଲିଯିବ। ତେଣୁ ଦରମାକୁ ନେଇ ମୁହଁ ଖୋଲିବା କଷ୍ଟ ହୋଇପଡୁଛି। ଅନ୍ୟତ୍ର ଚାକିରୀ ମିଳୁନଥିବା ବେଳେ ବାଧ୍ୟ ହୋଇ ଏଠାରେ କାମ କରୁଛନ୍ତି ବୋଲି କହିଛନ୍ତି ଜଣେ କର୍ମଚାରୀ । ଏହି ଘଟଣାକୁ ନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକ କହିଛନ୍ତି ଯେ ଅନେକ ଏଜେନ୍ସି ସେମାନଙ୍କର ବିଲ ଓ କର୍ମଚାରୀଙ୍କ ପ୍ରମାଣ କାଗଜପତ୍ର ଦାଖଲ କରିନାହାଁନ୍ତି । ତେଣୁ ଏଜେନ୍ସି ମାନେ ଠିକ ସମୟରେ ଦରମା ଦେଉନାହିଁନ୍ତି। ଖୁବ ଶୀଘ୍ର କର୍ମଚାରୀଙ୍କୁ ଟଙ୍କା ଦେବା ନିମନ୍ତେ ଏଜେନ୍ସିକୁ ନୋଟିସ ଜାରି କରାଯିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details