ଓଡିଶା

odisha

By

Published : Dec 31, 2019, 9:39 PM IST

ETV Bharat / city

ଆଇନକୁ ସମ୍ମାନ ଜଣାଇ ଫାଇନ ଭରିଲେ ବିଜେଡି

ଏକ ଶୋଭାଯାତ୍ରାରେ ବିଜେଡି କର୍ମୀ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିଲେ। ମଙ୍ଗଳବାର ଟ୍ରାଫିକ ଥାନା ଆସି ଏହି ଫାଇନ ଭରିଥିବା ଜଣାପଡିଛି। ଅଧିକ ପଢନ୍ତୁ...

bjd karmi
ଆଇନକୁ ସମ୍ମାନ ଜଣାଇ ଫାଇନ ଭରିଲେ ବିଜେଡି କର୍ମୀ

ଭୁବନେଶ୍ବର: ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ଫାଇନ ଗଣିଲେ ବିଜେଡି କର୍ମୀ। ଆଗକୁ ଆଉ ଏପରି କରିବେ ନାହିଁ, ବରଂ ଶୃଙ୍ଖଳିତ ଭାବେ ନାଗରିକ ଭାବେ ଆଇନକାନୁନ ବ୍ୟବସ୍ଥାକୁ ସମ୍ମାନ ଜଣାଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ସେମାନେ।

ଗତ 26 ତାରିଖରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ବିଜୁ ଜନତା ଦଳର କର୍ମୀ ମୋଟର ସାଇକେଲ ଶୋଭାଯାତ୍ରା କରିଥିଲେ। ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରସାରିତ ହେବା ପରେ, କଟକ-ଭୁବନେଶ୍ବର ପୁଲିସ କମିଶନର ସେମାନଙ୍କ ଠାରୁ ଫାଇନ ଆଦାୟ କରାଯିବ ବୋଲି କହିଥିଲେ। ଯାହାକୁ ସମ୍ମାନ ଦେଇ ମଙ୍ଗଳବାର ବିଜେଡି କର୍ମୀ ଟ୍ରାଫିକ ଥାନା ଆସି ଫାଇନ ଭରିଥିଲେ।

ଆଇନକୁ ସମ୍ମାନ ଜଣାଇ ଫାଇନ ଭରିଲେ ବିଜେଡି କର୍ମୀ

ପ୍ରାୟ 15ରୁ 20 କର୍ମୀଙ୍କ ନିକଟକୁ ଚାଲାଣ କାଟିବାକୁ ମେସେଜ ଆସିଥିଲା। ସେମାନେ ଆଇନକୁ ସମ୍ମାନ ଜଣାଇବା ସହ ଶୃଙ୍ଖଳିତ ଦଳର କର୍ମୀ ଭାବେ ଆସି ଫାଇନ ଭରିଥିବା କହିଛନ୍ତି। ନିଜ ଭୁଲକୁ ସ୍ବୀକାର କରିବା ସହ ଆଗକୁ ଏହା ଉପରେ ଧ୍ୟାନ ଦିଆଯିବ ବୋଲି ସେମାନେ ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details