ଓଡିଶା

odisha

ETV Bharat / city

ରାଜଧାନୀରେ ବିପଦରେ ବ୍ୟବସାୟିକ ପ୍ରତିଷ୍ଠାନ: ଲୁଟେରା କଲେଣି ଅସ୍ତବ୍ୟସ୍ତ ପୋଲିସ ପାଉନି ସୁରାକ୍ - ଭୁବନେଶ୍ବର ଲୁଟ ନ୍ୟୁଜ

ନାକେଦମ କଲେଣି ଲୁଟେରାଙ୍କ ଭିନ୍ନ ଭିନ୍ନ ଗ୍ୟାଙ୍ଗ । ରାଜଧାନୀରେ ଲୁଟପାଟ କରି ମଚାଇଛନ୍ତି ଆତଙ୍କ । ଏମାନଙ୍କ ଟାର୍ଗେଟରେ ରହିଛି ରାଜଧାନୀର ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ । ଅଧିକ ପଢନ୍ତୁ

ରାଜଧାନୀରେ ବିପଦରେ ବ୍ୟବସାୟିକ ପ୍ରତିଷ୍ଠାନ: ଲୁଟେରା କଲେଣି ଅସ୍ତବ୍ୟସ୍ତ ପୋଲିସ ପାଉନି ସୁରାକ୍
ରାଜଧାନୀରେ ବିପଦରେ ବ୍ୟବସାୟିକ ପ୍ରତିଷ୍ଠାନ: ଲୁଟେରା କଲେଣି ଅସ୍ତବ୍ୟସ୍ତ ପୋଲିସ ପାଉନି ସୁରାକ୍

By

Published : Jan 23, 2022, 5:15 PM IST

Updated : Jan 23, 2022, 8:37 PM IST

ଭୁବନେଶ୍ବର: ନାକେଦମ କଲେଣି ଲୁଟେରାଙ୍କ ଭିନ୍ନ ଭିନ୍ନ ଗ୍ୟାଙ୍ଗ । ରାଜଧାନୀରେ ଲୁଟପାଟ କରି ମଚାଇଛନ୍ତି ଆତଙ୍କ । ଏମାନଙ୍କ ଟାର୍ଗେଟରେ ରହିଛି ରାଜଧାନୀର ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ । ବିଗତ ଏକ ମାସ ଧରି ରାଜଧାନୀର ଏକାଧିକ ଗହଣା ଓ ମେଡିସିନ ଷ୍ଟୋର‌ ସମେତ ବିଭିନ୍ନ ଦୋକାନରୁ ଲୁଟିଲେଣି ଲକ୍ଷାଧିକ ଟଙ୍କା । ଲୁଟର ଭିନ୍ନ ତରିକା ଆପଣାଇ ଲୁଟପାଟ କରୁଛନ୍ତି ଲୁଟେରା । ଯେହେତୁ କୋଭିଡ ସମୟରେ ମେଡିସିନ ଦୋକାନରେ ବ୍ୟବସାୟ ଭଲ ହେଉଛି ତେଣୁ ଅଧିକ ମଧ୍ୟ କ୍ୟାସ କାରବାର ହେଉଛି ।

ରାଜଧାନୀରେ ବିପଦରେ ବ୍ୟବସାୟିକ ପ୍ରତିଷ୍ଠାନ: ଲୁଟେରା କଲେଣି ଅସ୍ତବ୍ୟସ୍ତ ପୋଲିସ ପାଉନି ସୁରାକ୍

ଯାହାର ମଉକା ନେଇ ମେଡିସିନ‌ ଦୋକାନକୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ । ସେହିପରି ଗହଣା ଦୋକାନ ମଧ୍ୟ ଏବେ ଟାର୍ଗେଟରେ ଦେଖିବାକୁ ମିଳିଛି । କେଉଁଠି ସୁଡଙ୍ଗ କରି ଦୋକାନ ଭିତରେ ପଶି ଲୁଟପାଟ କରୁଛନ୍ତି ତ କେଉଁଠି ସଟର ତାଡି ଗ୍ୟାସ କଟରରେ ଲୁଟପାଟ କରି ଚମ୍ପଟ ମାରୁଛନ୍ତି । ସେହିପରି ତେଜରାତି ଦୋକାନକୁ ମଧ୍ୟ ଛାଡୁ ନାହାନ୍ତି ଲୁଟେରା। ବଡବଡ ତେଜରାତି ଦୋକାନରୁ ତେଜରାତି ସାମଗ୍ରୀ ସହ କ୍ୟାସ ନେଇ ଚମ୍ପଟ ମାରୁଛନ୍ତି ।

ରାଜଧାନୀରେ ବିପଦରେ ବ୍ୟବସାୟିକ ପ୍ରତିଷ୍ଠାନ: ଲୁଟେରା କଲେଣି ଅସ୍ତବ୍ୟସ୍ତ ପୋଲିସ ପାଉନି ସୁରାକ୍

ସେହିପରି ଗ୍ୟାସ କଟରରେ ଏଟିଏମ ତାଡି ଲୁଟ ଉଦ୍ୟମ ପରି ଘଟଣା ଦେଖିବାକୁ ମିଳିଛି । ଆସନ୍ତୁ ନଜର ପକାଇବା ବିଭିନ୍ନ ଥାନା ଅଞ୍ଚଳର ଲୁଟପାଟ ଘଟଣା ଉପରେ ।

- ୨୨ ଜାନୁଆରୀରେ ଚନ୍ଦ୍ରଶେଖରପୁର ଥାନା ଶ୍ରୀ ବିହାରର ଏକ ତେଜରାତି‌ ଦୋକାନରୁ ୨ଲକ୍ଷ ଟଙ୍କାର ତେଜରାତି ସାମଗ୍ରୀ ସହ ଟଙ୍କା ନେଇ ଫେରାର ମାରିଛନ୍ତି ଦୁର୍ବୃତ୍ତ । ଦୋକାନର ଆଜବେଷ୍ଟ ଭାଙ୍ଗିବା ସହ ଘରର କାନ୍ଥରେ ସୁଡଙ୍ଗ କରି ସିଗାରେଟ, ଡିଓ, ହର୍ଲିକ୍ସ ଆଦି ସହ କ୍ୟାସ ୧୦ ହଜାର ଲୁଟ କରିଛନ୍ତି ।

- ୨୨ ଜାନୁଆରୀରେ ଲକ୍ଷ୍ମୀସାଗର‌ ଥାନାର ଏକ ଗହଣା ଦୋକାନରୁ ୧୨ ଲକ୍ଷ ଟଙ୍କାର ରୁପା ଓ ସୁନା ଅଳଙ୍କାର ବ୍ୟାଗ ନେଇ ଛୁ ମାରିଛନ୍ତି ଲୁଟେରା ।

- ୨୧ ଜାନୁଆରୀରେ ନୟାପଲ୍ଲୀ ଥାନା ଏନ ୨ରେ ବ୍ରହ୍ମାନନ୍ଦ ମେଡିସିନ ଷ୍ଟୋରରୁ ସମାନ ଢଙ୍ଗରେ ହର୍ଲିକ୍ସ କିଣି ପଇସା ଦେଇ ଚମ୍ପଟ ମାରୁଥିବା ବେଳେ ତା’ର ପିଛା କରିବାକୁ ଯାଇ ମେଡିସିନ‌ ଦୋକାନ କ୍ୟାସ ବକ୍ସରୁ ଆଉ ଜଣେ ଛକି ୪୯ ହଜାର‌ନେଇ ଛୁ ମାରିଛନ୍ତି ।

- ୨୦ ଜାନୁଆରୀରେ ବଡଗଡ ଥାନା ରବି ଟକିଜର କୌଶଲ୍ୟା ମେଡିସିନ ଷ୍ଟୋରରୁ ୩୬ ହଜାର‌ ଲୁଟ । ଏକୁଟିଆ ଦେଖି ମେଡିସିନ କିଣିବା ଆଳରେ ଟଙ୍କା ନଦେଇ ଦୌଡିଥିଲେ ଲୁଟେରା । ତା’ ପଛରେ ଦୋକାନୀ ଦୌଡିବା ବେଳେ ଆଉ ଜଣେ କ୍ୟାସ ବକ୍ସରୁ ୩୬ ହଜାର‌ ନେଇ ଛୁ ମାରିଥିଲେ ।

- ୧୮ ଜାନୁଆରୀରେ ନୟାପଲ୍ଲୀ ଥାନା ଡିଏଭି ସ୍କୁଲ ଛକରେ ଥିବା ପିଏନବି ଏଟିଏମରୁ ଗ୍ୟାସ କଟରରେ ତାଡି ବାପ ପୁଅ ଏଟିଏମ ଲୁଟ ଉଦ୍ୟମ ବେଳେ ସର୍ଭିଲାନ୍ସ ଟିମରେ ଧରାପଡି ଦୁଇଜଣକୁ କାବୁ କରିଥିଲେ ସ୍ଥାନୀୟ ଲୋକେ ।

- ୮ ଜାନୁଆରୀରେ ବାଲିଅନ୍ତା ଥାନା ଶିଶଲୋ ଅଞ୍ଚଳରେ ମା’ ଦକ୍ଷିଣେଶ୍ବରୀ ଗହଣା ଦୋକାନର ପଛ ପଟ କାନ୍ଥ କାଟି ସୁଡଙ୍ଗ କରି ୧୦ ଲକ୍ଷ ଟଙ୍କାର ଗହଣା ଲୁଟିଛନ୍ତି ସୁଡଙ୍ଗକାରୀ ଗ୍ୟାଙ୍ଗ ।

- ୧୮ ଡିସେମ୍ବରରେ ଖଣ୍ଡଗିରି ଥାନା ଏମସ ରୋଡରେ ଚାରୋଟି ମେଡିସିନ ଦୋକାନରୁ ବେବି ଫୁଡ ସହ ୩ ଲକ୍ଷ ଟଙ୍କାର‌ ସାମଗ୍ରୀ ନେଇ ଛୁ ମାରିଥିଲେ ଦୁର୍ବୃତ୍ତ ।

- ୬ ଡିସେମ୍ବର ଖଣ୍ଡଗିରି ଡେଲଟା ଛକରୁ ଲକ୍ଷ୍ମୀନାରାୟଣ ଜୁଏଲାରୀ ଦୋକାନରେ ରାତି ଅଧରେ ମୁହଁ ଲୁଚାଇ ଗ୍ୟାସ କଟରରେ ସଟର ତାଡି ୧୨ ଲକ୍ଷ ଟଙ୍କାର ଗହଣା ସହ କ୍ୟାସ ନେଇ ଛୁ ମାରିଥିଲେ ଅପରାଧୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 23, 2022, 8:37 PM IST

ABOUT THE AUTHOR

...view details