ଓଡିଶା

odisha

ETV Bharat / city

ବାଟାଲିୟନ ପାଇଁ ଖୁସିଖବର, ଗୋଟିଏ କ୍ଲିକରେ ମିଳିବ ଛୁଟି - ଇ-ଅଫିସ ବା ଏଚଆର ଏମଏସ ବ୍ୟବସ୍ଥା

ପୋଲିସ ଭବନରେ ଅନୁଷ୍ଠିତ ତୃତୀୟ କମାଣ୍ଡାଣ୍ଟ କନଫେରନସରେ ଏକ ନୂଆ ବ୍ୟବସ୍ଥାର ଉଦଘାଟନ କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 29, 2019, 4:56 PM IST

ଭୁବନେଶ୍ବର: ବାଟାଲିୟନ କର୍ମଚାରିଙ୍କ ପାଇଁ ଖୁସି ଖବର। ଏଣିକି ଗୋଟିଏ କ୍ଲିକରେ ହେବ ଛୁଟି ମଞ୍ଜୁର । କାରଣ ଓଡିଶା ପୋଲିସର ଆରମ୍ଭ ହେଲା ଇ-ଅଫିସ ବା ଏଚଆରଏମଏସ ବ୍ୟବସ୍ଥା । ପ୍ରଥମ ପର୍ଯ୍ୟାୟରେ ୫ଟି ବାଟାଲିୟନକୁ ଏଭଳି ସିଷ୍ଟମ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଖୁବଶିଘ୍ର ଅନ୍ୟସବୁ ବାଟାଲିୟନରେ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ।


ଏହା ଦ୍ବାରା ସୁଦୂର ମାଲକାନଗିରି, କୋରାପୁଟ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଭଳି ବାଟାଲିୟନରେ କାମ କରୁଥିବା ପୋଲିସ କର୍ମଚାରୀଙ୍କୁ ଛୁଟି ନେବାରେ ସୁବିଧା ହେବ । ପୂର୍ବରୁ କିଏ କେତେ ବେଳେ ଛୁଟି ଆବେଦନ କରି ରହୁଥିଲେ ତାହାର ଠିକ ଠିକଣା ରହୁନଥିଲା । ଫଳରେ ବିନା ଅନୁମତିରେ ଅନୁପସ୍ଥିତ ବଢୁଥିଲା। ଏଣିକି ଆଉ ଏହି ସମସ୍ୟା ରହିବ ନାହିଁ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ପୋଲିସ ଭବନରେ ଅନୁଷ୍ଠିତ ତୃତୀୟ କମାଣ୍ଡାଣ୍ଟ କନଫେରନସରେ ଏହି ସିଷ୍ଟମର ଉଦଘାଟନ କରାଯାଇଛି। ସେହିପରି ବାଟାଲିୟନ କର୍ମଚାରିଙ୍କୁ ଲ’ ଆଣ୍ଡ ଅର୍ଡର, ନାଚୁରାଲ କାଲାମିଟିଇଜ, ଇଲେକ୍ସନ ଡ୍ୟୁଟି ଆର୍ମଡ ପୋଲିସର ବିଭିନ୍ନ ଅତ୍ୟାଧୁନିକ ତାଲିମ ପାଇଁ ଆଲୋଚନା ହୋଇଛି । ଯାହାକି ଆଉ ପୁରୁଣା ଢାଞ୍ଚାରେ ନୁହେଁ ନୂତନ ଢାଞ୍ଚାରେ ଏପରିକି ବିଦେଶ ଷ୍ଟାଇଲରେ ନିଜକୁ କର୍ମକ୍ଷତ୍ରରେ ପ୍ରସ୍ତୁତ କରିବାକୁ ତାଲିମ ପାଇଁ ଯୋଜନା ହୋଇଛି।

ଏଥିପାଇଁ କନଫେରନସରେ ଯୋଗଦେଇଥିବା କମାଣ୍ଡାଣ୍ଟ, ଡେପୁଟି କମାଣ୍ଡାଟ ରୋଡମ୍ୟାପ ପ୍ରସ୍ତୁତ କରି ନିଜ ନିଜ ବାଟାଲିୟନରେ ତାଲିମ ଦେବେ । ରାଜ୍ୟରେ ମୋଟ ୨୩ ବାଟାଲିୟନ ରହିଥିବା ବେଳେ ୨ଟି ଟ୍ରେନିଂ ବାଟାଲିୟନ ରହିଛି । ସମସ୍ତ ବାଟାଲିୟନର ପୋଲିସ କର୍ମଚାରି ମାନଙ୍କ ପାଇଁ ଏପରି ଆଧୁନିକରଣ କରିବା ଦିଗରେ ଲୋଚନା କରାଯାଇଛି । ଯାହାଦ୍ବାରା ସେମାନେ ନିତିଦିନ ସାମ୍ନାକରୁଥିବା ସେମାନଙ୍କ ସମସ୍ୟାର ସମାଧାନ ସହ ଜଙ୍ଗଲ ଅପରେସନ, ନକ୍ସଲ ଅପରେସନ ସମୟରେ ଟେକନିକାଲ ଓ ପ୍ରଫେସନାଲ ସ୍କିଲ ବ୍ୟବହାର କରି ଅପରେସନ କରିବେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details