ଭୁବନେଶ୍ବର:ଶାନ୍ତିଶୃଙ୍ଖଳାର ସହ ଭୁବନେଶ୍ବର ଓକିଲ ସଂଘ ନିର୍ବାଚନ ସରିଛି । ଫଳାଫଳ ମଧ୍ୟ ଘୋଷିତ ହୋଇଛି । ନିର୍ବାଚନରେ ସମ୍ପାଦକ ଭାବେ ରାଜକିଶୋର ଦାସ ଏବଂ ସଭାପତି ଭାବେ ରବିନାରାୟଣ ସାମନ୍ତରାୟ ନିର୍ବାଚିତ ହୋଇଛନ୍ତି । ରାଜକିଶୋର ଦାସ ଲଗାତାର ତୃତୀୟଥର ପାଇଁ ଓକିଲ ସଂଘର ସମ୍ପାଦକ ଭାବରେ ନିର୍ବାଚିତ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି ।
୨୦୨୦ ଓ ୨୦୨୧ ପରେ ୨୦୨୨ର ପାଳି ସମ୍ଭାଳିବାକୁ ଯାଉଛନ୍ତି ନବ ନିର୍ବାଚିତ ସେକ୍ରେଟାରି ରାଜକିଶୋର ଦାସ । ସେହିଭଳି ଆସିଷ୍ଟାଣ୍ଟ ସେକ୍ରେଟାରି ଭାବେ ରାଜେନ୍ଦ୍ର କୁମାର ଦାସ ସହ ଜଏଣ୍ଟ ସେକ୍ରେଟରି ଅଶୋକ ବଡପଣ୍ଡା ବିଜୟୀ ହୋଇଛନ୍ତି । ପ୍ରେସିଡେଣ୍ଟ ଭାବେ ରବି ସାମନ୍ତରାୟ ଓ ଭାଇସ ପ୍ରେସିଡେଣ୍ଟ ଭାବେ ଅଭିମନ୍ୟୁ ସ୍ବାଇଁ ବିଜୟୀ ହୋଇଛନ୍ତି । କୋଷାଧ୍ୟକ୍ଷ ଭାବେ ଦିବାକର ମିଶ୍ର ଚଳିତବର୍ଷ ଓକିଲ ନିର୍ବାଚନରେ ବିଜୟୀ ହୋଇଛନ୍ତି ।