ଭୁବନେଶ୍ବର:କୋଭିଡ କଟକଣା ମଧ୍ୟରେ ଆଜି ଠାରୁ ରାଜ୍ୟ ରାଜଧାନୀରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ । ଚଳଚଞ୍ଚଳ ସମସ୍ତ ମନ୍ଦିର ପରିସର । କିଛିଦିନର ବ୍ୟବଧାନ ପରେ ପୁଣି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଭଗବାନ । ଦୁଇ ଡୋଜ ଭ୍ୟାକ୍ସିନ ନେଇଥିବା ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ରହିଛି । ସେହିପରି 15 ବର୍ଷରୁ କମ ବୟସର ପିଲାଙ୍କୁ ଧର୍ମାନୁଷ୍ଠାନରେ ପ୍ରବେଶ ପାଇଁ ଅନୁମତି ମଧ୍ୟ ମିଳିଛି । ତେଣୁ ପରିବାର ସହ ମନ୍ଦିରକୁ ଆସି ପିଲାମାନେ ଦର୍ଶନ କରିଛନ୍ତି । ବରିଷ୍ଠ ନାଗରିକ ଓ ଗର୍ଭବତୀଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଉପରେ କଟକଣା ଲାଗିଛି । ୨୮ ଫେବୃଆରୀ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ।
ଆଜିଠୁ ରାଜଧାନୀରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ - ରାଜଧାନୀରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ
ଚଳଚଞ୍ଚଳ ରାଜଧାନୀର ସମସ୍ତ ମନ୍ଦିର ପରିସର । କୋଭିଡ କଟକଣା ମଧ୍ୟରେ ଆଜିଠୁ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ, ଭଗବାନଙ୍କ ଦର୍ଶନ ପାଇଁ ଭାବବିହ୍ବଳ ଭକ୍ତ । ଅଧିକ ପଢନ୍ତୁ
ଆଜି ଠୁ ରାଜଧାନୀରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ, ଦର୍ଶନ କଲେ ଶ୍ରଦ୍ଧାଳୁ
ଆଜିଠୁ ରାଜଧାନୀରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ
ଆଜିଠୁ ରାଜଧାନୀରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ
ଏପଟେ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଏକାକାଳୀନ 100 ଜଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ବିଏମସି ଅନୁମତି ଦେଇଛି । ସେହିପରି କୋଭିଡ଼ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସମସ୍ତ ଧର୍ମାନୁଷ୍ଠାନକୁ ବିଏମସି ନିର୍ଦ୍ଦେଶ ଦେଇଛି । ରାଜ୍ୟରେ ସଂକ୍ରମଣର ହାର ହ୍ରାସ ପାଉଥିବାରୁ ଏହି ନିଷ୍ପତ୍ତି ନେଇଛି ବିଏମସି।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Feb 12, 2022, 10:49 PM IST