ଭୁବନେଶ୍ବର:ଦେଶର ଶ୍ରେଷ୍ଠ 20ଟି ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଭୁବନେଶ୍ବର AIIMS । ଇଣ୍ଡିଆ ଟୁଡେ ସର୍ଭେରେ 20ତମ ସ୍ଥାନ ହାସଲ କଲା । ଗତବର୍ଷ 25ତମ ସ୍ଥାନରେ ଥିଲା ଭୁବନେଶ୍ବର AIIMS । ଦେଶର ସର୍ବୋତ୍ତମ ଶ୍ରେଷ୍ଠ ୨୦ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଛି ଏହି ମର୍ଯ୍ୟାଦାଜନକ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ । ଇଣ୍ଡିଆ ଟୁଡେ ସର୍ଭେ-୨୦୨୨ ମେଡିକାଲ୍ ବର୍ଗରେ ଭୁବନେଶ୍ବର AIIMSକୁ ୨୦ତମ ସ୍ଥାନ ମିଳିଛି ।
ଗତବର୍ଷ ଭୁବନେଶ୍ବର AIIMS ୨୫ତମ ସ୍ଥାନରେ ସ୍ଥାନିତ ହୋଇଥିଲା । ଇଣ୍ଟେକ୍ କ୍ବାଲିଟି ଆଣ୍ଡ ଗଭର୍ନାନ୍ସ, ଏକାଡେମୀକ ଉତ୍କର୍ଷତା, ଭିତ୍ତିଭୂମି ଏବଂ ଅଭିଜ୍ଞତା, ବ୍ୟକ୍ତିତ୍ବ ଏବଂ ନେତୃତ୍ବ ବିକାଶ, ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଆଦି ଭଳି ପାଞ୍ଚଟି ବ୍ୟାପକ ପାରାମିଟରରେ ଏହି ଉପଲବ୍ଧି ହାସଲ କରିଛି ଭୁବନେଶ୍ବର AIIMS । ଏହାକୁ ନେଇ ଗଠିତ ମାପଦଣ୍ଡ ଆଧାରରେ ସାରା ଦେଶରେ ଥିବା ମେଡିକାଲ କଲେଜଗୁଡିକୁ ନେଇ ଏହି ସର୍ଭେ କରାଯାଇଥିଲା ।