ଓଡିଶା

odisha

ETV Bharat / city

‘ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ବର AIIMS’ - ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ବର AIIMS । ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ସହ ହୋଇଛି ପୂର୍ଣ୍ଣ ପ୍ରସ୍ତୁତି । ସୂଚନା ଦେଲେ ନିର୍ଦ୍ଦେଶିକା । ଅଧିକ ପଢନ୍ତୁ...

‘୩ୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ବର IIIMS’
‘୩ୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ବର IIIMS’

By

Published : Aug 26, 2021, 4:35 PM IST

ଭୁବନେଶ୍ବର:ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ବର AIIMS । ଯେକୌଣସି ଗମ୍ଭୀର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ୩ୟ ଲହରରେ ଶିଶୁମାନେ ମାତ୍ରାଧିକ ସଂକ୍ରିମିତ ହେବା ଆଶଙ୍କା ସାମ୍ନାକୁ ଆସିବା ପରେ ସଜାଗ ହୋଇଛନ୍ତି ଏମ୍ସ କର୍ତ୍ତୃପକ୍ଷ । ବର୍ତ୍ତମାନ ଶିଶୁଙ୍କ ପାଇଁ 2ଟି ୱାର୍ଡରେ 60 ବେଡ଼ ସହ 7ଟି ICU ପ୍ରସ୍ତୁତ ହୋଇରହିଛି । ଆବଶ୍ୟକସ୍ଥଳେ ICU ସଂଖ୍ୟା ମଧ୍ୟ ବୃଦ୍ଧି କରିବା ନେଇ ପ୍ରସ୍ତୁତି ହୋଇଛି । ଏନେଇ ସୂଚନା ଦେଇଛନ୍ତି AIIMS ନିର୍ଦ୍ଦେଶିକା ଗୀତାଞ୍ଜଳୀ ବାତମାନବେନେ ।

‘୩ୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ବର IIIMS’

ସେହିପରି ଶିଶୁଙ୍କ ପାଇଁ ସମସ୍ତ ଔଷଧ ମହଜୁଦ ସହ ଡାକ୍ତର ଓ ନର୍ସଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇଛି। ମହାମାରୀର ତୃତୀୟ ଲହର 18 ବର୍ଷରୁ କମ ପିଲାଙ୍କୁ ଅଧିକ ଆଶଙ୍କା ରହିଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ ସତର୍କ କରାଇବା ଆରମ୍ଭ ହୋଇଛି ଯୁଦ୍ଧକାଳୀନ ପ୍ରସ୍ତୁତି । ଭୁବନେଶ୍ବର ଏମନ୍ସ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବାର ନିର୍ଦେଶିକା ସୂଚନା ଦେଇଛନ୍ତି ।

ଯଦି କୌଣସି ଶିଶୁ କୋଭିଡ ସଂକ୍ରମିତ ହୋଇ AIIMSରେ ଭର୍ତ୍ତି ହୁଅନ୍ତି, ତେବେ ଶିଶୁ ସହ ପରିବାରର ଜଣକୁ ରହିବା ପାଇଁ ଅନୁମତି ମଧ୍ୟ ଦିଆଯିବ । ସେହିପରି ଜନ୍ମ ହେବାକୁ ଯାଉଥିବା ଶିଶୁ ଓ ମା’ର ସ୍ବତନ୍ତ୍ର ଯତ୍ନ ନିଆଯିବ । ବର୍ତ୍ତମାନ ୨ଟି ECMO ମେସିନ ମଧ୍ୟ ରହିଛି । ଆବଶ୍ୟକ ପଡ଼ିଲେ ତାକୁ ମଧ୍ୟ ବ୍ୟବହାର କରାଯିବା ନେଇ ମଧ୍ୟ ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ନିର୍ଦ୍ଦେଶିକା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details