ଓଡିଶା

odisha

ETV Bharat / city

ଆଜି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ବିଦେଶ ଫେରନ୍ତା, ସ୍ଥିତି ପରଖିଲେ ଉଚ୍ଚ କର୍ତ୍ତୃପକ୍ଷ - bhubaneswar administration visit airport

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ। ବିଦେଶ ଫେରନ୍ତାଙ୍କ ବିମାନ ଆସିବା ପୂର୍ବରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଶ୍ରମ ସଚିବ, ବିଏମସି କମିଶନର ଓ ପୋଲିସ କମିଶନର। ଅଧିକ ପଢନ୍ତୁ...

biju pattnaik airport
ଆଜି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ବିଦେଶ ଫେରନ୍ତା, ସ୍ଥିତି ପରଖିଲେ ଉଚ୍ଚ କର୍ତ୍ତୃପକ୍ଷ

By

Published : May 14, 2020, 8:15 PM IST

ଭୁବନେଶ୍ବର: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ। ବିଦେଶ ଫେରନ୍ତାଙ୍କ ବିମାନ ଆସିବା ପୂର୍ବରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଶ୍ରମ ସଚିବ, ବିଏମସି କମିଶନର ଓ ପୋଲିସ କମିଶନର।

ଆଜି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ବିଦେଶ ଫେରନ୍ତା, ସ୍ଥିତି ପରଖିଲେ ଉଚ୍ଚ କର୍ତ୍ତୃପକ୍ଷ

ଗୁରୁବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ 12 ଟି ଜିଲ୍ଲାର ପ୍ରାୟ 151 ଯାତ୍ରୀ। ପହଞ୍ଚିବା ପରେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଯେଉଁମାନଙ୍କର କୌଣସି ଲକ୍ଷଣ ନଥିବ ସେମାନଙ୍କୁ ଯିବାକୁ ଅନୁମତି ଦିଆଯିବ। ସମସ୍ତ ଯାତ୍ରୀଙ୍କୁ ନିଜ ନିଜର ଜିଲ୍ଲାକୁ ପଠାଇବା ପାଇଁ ଗାଡିର ବ୍ୟବସ୍ଥା କରାଯାଇଛି ବୋଲି ଭୁବନେଶ୍ବର ବିମାନ ବନ୍ଦରରେ ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ।

ସେହିପରି ଲକ୍ଷଣ ନଥିବା ଯାତ୍ରୀ ହୋମ କ୍ବାରେଣ୍ଟାଇନରେ ରହି ପାରିବେ। ଯେଉଁମାନଙ୍କ ଘର ଦୂର ଜିଲ୍ଲା, ସେମାନେ ଭୁବନେଶ୍ବରରେ ସରକାରୀ କ୍ବାରେଣ୍ଟାଇନରେ ରହିପାରିବେ କିମ୍ବା ପେଡ କ୍ବାରେଣ୍ଟାଇନରେ ରହିପାରିବେ। ଯେଉଁମାନେ ହୋମ କ୍ବାରେଣ୍ଟାଇନରେ ରହିବେ ସେମାନଙ୍କ ଘର ସମ୍ମୁଖରେ କ୍ବାରେଣ୍ଟାଇନ ଷ୍ଟିକର ଲଗାଯିବ। ଘରେ ମଧ୍ୟ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details