ଭୁବନେଶ୍ବର: ସରିଲା ହସ୍ତଶିଳ୍ପର ସମାରୋହ 'ଆଦିବାସୀ ମେଳା 2022' । ସୋମବାର ଚଳିତ ବର୍ଷର ଆଦିବାସୀ ମେଳା ଶେଷ ହୋଇଛି । 10 ଦିନ ଧରି ଚାଲିଥିବା ଏହି ମେଳାର ଚାହିଦା ଏଥର ଦ୍ବିଗୁଣିତ ରହିଥିଲା । କାରଣ କୋଭିଡ କଟକଣା ହଟିବା ପରେ ପର୍ଯ୍ୟଟକଙ୍କ ବେଶ ଭିଡ ଜମିଥିଲା ମେଳାରେ । ଏଥର ପ୍ରାୟ 6 ଲକ୍ଷ 50 ହଜାର ପର୍ଯ୍ୟଟକ ଆଦିବାସୀ ମେଳାକୁ ଆସି ଥିବାବେଳେ 4 କୋଟିରୁ ଊର୍ଦ୍ଧ୍ବ ବ୍ୟବସାୟ ହୋଇଥିବା ପ୍ରାଥମିକସ୍ତରରେ ଆକଳନ କରାଯାଇଛି ।
ଚଳିତ ଥର ହସ୍ତଶିଳ୍ପ ମଧ୍ୟରେ ଆକର୍ଷଣ ସାଜିଥିଲା କାଗଜ ବା ବର୍ଜ୍ୟବସ୍ତୁରେ ତିଆରି କାରୁକାର୍ଯ୍ୟ । ତା' ସାଙ୍ଗକୁ ଧାନରେ ତିଆରି ମୂର୍ତ୍ତି ଓ କାନଫୁଲ ମନ ମୋହିଥିଲା । ସେହିପରି ତାଳପତ୍ରରେ ତିଆରି ସୂକ୍ଷ୍ମ କାରୁକାର୍ଯ୍ୟ, ଆଦିବାସୀଙ୍କ ହାତ ତିଆରି ଶାଢୀ, ବାଉଁଶରେ ନିର୍ମିତ ଘରୋଇ ଉପକରଣ ସାଙ୍ଗକୁ ମହିଳାଙ୍କ ପାଇଁ ଏଠାରେ ପ୍ରସ୍ତୁତ ହେଉଥିବା ଯଉଚୁଡି ଦୋକାନରେ ଜମିଥିଲା ଭିଡ । ତେବେ ଆଦିବାସୀ ମେଳାର ଅନ୍ୟତମ ଆକର୍ଷଣ ଆଦିବାସୀ ଗାଁ ଚଳିତ ବର୍ଷ ପ୍ରତିଷ୍ଠା ହୋଇନାହିଁ । ହେଲେ ଭୁବନେଶ୍ବର ଓ ଏହାର ଆଖପାଖ ଅଧିବାସୀମାନେ ତଥା ଭାରତର ବିଭିନ୍ନ ଅଞ୍ଚଳରୁ ବହୁସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି ଏବଂ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ବର୍ଷକ ପାଇଁ ହଳଦୀ, ମାଣ୍ଡିଆ, ମୁଗ, ବିରି, ମକା, ବାସନା ଚାଉଳ, ମହୁ, ଝୁଣା, ଝାଡ଼ୁ, ପାଳୁଅ ଆଦି ଆଦିବାସୀ ତଥା ଜଙ୍ଗଲ ଜାତ ଦ୍ରବ୍ୟ ଏହି ମେଳାରୁ କ୍ରୟ କରିଥାନ୍ତି ।
ଅନ୍ୟପଟେ ଚଳିତ ବର୍ଷ ଆକର୍ଷଣ ସାଜିଛି କାଗଜ ବା ବର୍ଜ୍ୟ ବସ୍ତୁରେ ତିଆରି କାରୁକାର୍ଯ୍ୟ । ଏହାସହ ଧାନରେ ତିଅରି ମୂର୍ତି ଓ କାନଫୁଲ ମନ ମୋହିଛି ପର୍ଯ୍ୟଟକଙ୍କ । ସେହିପରି ତାଳପତ୍ରରେ ତିଆରି ସୁକ୍ଷ୍ମ କାରୁକାର୍ଯ୍ୟ, ଆଦିବାସୀଙ୍କ ହାତ ତିଆରି ଶାଢୀ ବାଉଁଶ ତିଆରି କାରୁକାର୍ଯ୍ୟ ସହ ବିଶେଷ କରି ମହିଳାଙ୍କ ପାଇଁ ଏଠାରେ ପ୍ରସ୍ତୁତି ଯଉଚୁଡ଼ି ନିକଟରେ ଅଧିକ ଭିଡ ଜମିଥିଲା । ଏହାକୁ ନେବା ପାଇଁ ବେଶ ଭିଡ ଲାଗିଛି। ସୁଦୂର କେନ୍ଦୁଝରରୁ ଆସିଥିବା କାଗଜ ତିଆରି ସାମଗ୍ରୀର ନିଖୁଣତା ଓ ବ୍ୟବହାରର ଆଦର ବଢିଛି । ସେହିପରି ନବରଙ୍ଗପୁରରୁ ଆସିଥିବା ଧାନ ତିଆରି ସାମଗ୍ରୀର ମଧ୍ୟ ଚାହିଦା ରହିଛି ।