ଓଡିଶା

odisha

ETV Bharat / city

ଭୁଆଶୁଣି ଡମ୍ପିୟାର୍ଡ ବିବାଦ, ଫିଟିଲାନି ବାଟ, ତୁଟୁନି ଅଳିଆ ଅଡୁଆ - ଦ୍ବିପାକ୍ଷିକ ଆଲୋଚନା

ଭୁଆଶୁଣି ଡମ୍ପିୟାର୍ଡ ବିବାଦକୁ ନେଇ ସମାଧାନ ବାହାରିବ ବୋଲି ଆଶା ସଞ୍ଚାରିତ ହୋଇଥିଲା । ମାତ୍ର ଆଜି ଦ୍ବିପାକ୍ଷିକ ଆଲୋଚନାରେ ବାହାରି ପାରିଲାନି ନିଷ୍କର୍ସ । ଅଧିକ ପଢନ୍ତୁ

ଭୁଆଶୁଣି ଡମ୍ପିୟାର୍ଡ ବିବାଦର ବାହାରିଲାନି ନିଷ୍କର୍ଷ
ଭୁଆଶୁଣି ଡମ୍ପିୟାର୍ଡ ବିବାଦର ବାହାରିଲାନି ନିଷ୍କର୍ଷ

By

Published : Aug 27, 2022, 7:02 PM IST

ଭୁବନେଶ୍ବର: ଭୁଆଶୁଣି ଡ଼ମ୍ପିଂୟାର୍ଡ ବିବାଦର ସମାଧାନ ଲାଗି ଦ୍ବିପାକ୍ଷିକ ଆଲୋଚନା ଶେଷ ହୋଇଛି। ଦୀର୍ଘ ଦେଢ଼ ଘଣ୍ଟା ଧରି ଚାଲିଥିବା ବୈଠକରେ ବାହାରିଲାନି ନିଷ୍କର୍ଷ । ଏବେ ବି ଜିଦରେ ଅଟଳ ରହିଛନ୍ତି ଗ୍ରାମବାସୀ । ଦୁଇ ଦିନ ମଧ୍ୟରେ ଡକାଯିବ ଗ୍ରାମସଭା । ଗ୍ରାମସଭାର ନିଆଯିବାକୁ ଥିବା ନିଷ୍ପତ୍ତି ହେବ ଚୂଡାନ୍ତ ନିଷ୍ପତ୍ତି । ତେବେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ବୈଠକ ଚାଲିଥିବା ବୋଲି କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।

ଡମ୍ପିୟାର୍ଡରେ ପ୍ରସ୍ତାବିତ ବାୟୋ ମାଇନିଂ ପ୍ଲାଣ୍ଟ ନିର୍ମାଣ ସାମୟିକ ଭାବେ ସ୍ଥଗିତ ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ଏ ନେଇ ୯ ମାସର ମହଲତ ମାଗିଲା ବିଏମସି । ଗ୍ରାମସଭାର ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଭୁଆଶୁଣି ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ନଦେବା ଜିଦରେ ଅଟଳ ଗ୍ରାମବାସୀ । ଦୁଇ ଦିନ ପରେ ଗ୍ରାମବାସୀଙ୍କ ସହଯୋଗରେ ସମାଧାନର ବାଟ ବାହାରିବା ନେଇ ଆଶାବାଦୀ ବିଏମସି କର୍ତ୍ତୃପକ୍ଷ । ତେବେ ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା ।

ଏହା ବି ପଢନ୍ତୁ- ଭୁଆଶୁଣି ଡମ୍ପିୟାର୍ଡ ବିବାଦ, ଆରମ୍ଭ ହେଲା ଦ୍ବିପାକ୍ଷିକ ଆଲୋଚନା

ବିଏମସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଉଥିବା ବୈଠକରେ ଭର୍ଚ୍ଚୁଆଲରେ ଯୋଗ ଦେଇଥିଲେ ବିଏମସି କମିଶନର, ଜଟଣୀ ବିଧାୟକ ସୁର ରାଉତରାୟ, ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସମେତ କମିଶନରେଟ ପୋଲିସର ପ୍ରତିନିଧି, ବିଏମସିର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଥିଲେ । ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ ଏବଂ ଦାରୁଠେଙ୍ଗ ପଞ୍ଚାୟତ ପକ୍ଷରୁ ୩୦ଜଣ ପ୍ରତିନିଧି ଓ ବ୍ଲକର ନିର୍ବାଚିତ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ- ଭୁବନେଶ୍ୱର ସହର ମଧ୍ୟରେ କୁଢ କୁଢ ଆବର୍ଜନା, ସ୍ଥିତି ପରଖିଲା ଇଟିଭି ଭାରତ

୨୦୦୮ରୁ ଏହି ସମସ୍ୟା ଭୋଗୁଛନ୍ତି ଦାରୁଠେଙ୍ଗ ଗ୍ରାମବାସୀ । ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ପୂର୍ବରୁ ଦୁଇ ଦୁଇ ଥର ଆଲୋଚନା ହୋଇଥିଲେ ହେଁ ସମାଧାନର କୌଣସି ବାଟ ବାହାରି ପାରିନଥିଲା । ଆଉ ଆଜି ମଧ୍ୟ ସମାଧାନ ହୋଇନଥିବା ବେଳେ ଆଗକୁ ସହରର ଅଳିଆ ସମସ୍ୟା ଦୂର ହେବ କି ନାହିଁ ତାହା ଅନିଶ୍ଚିତତା ଘେରରେ ରହିଛି । ସୂଚନା ଥାଉ କି ପରିମଳ ଜନିତ ପ୍ରଦୂଷଣ ସମସ୍ୟାକୁ ଗ୍ରାମରେ ବାୟୋ ମାଇନିଂ ପ୍ଲାଣ୍ଟ ନିର୍ମାଣକୁ ଦାରୁଠେଙ୍ଗ ପଞ୍ଚାୟତବାସୀ ବିରୋଧ କରିଛନ୍ତି ।

ଏହା ବି ପଢନ୍ତୁ- ଆବର୍ଜନାମୁକ୍ତ ସ୍ମାର୍ଟସିଟି ପାଇଁ BMCର ସଚେତନତା କାର୍ଯ୍ୟକ୍ରମ, ପ୍ରତିକ୍ରିୟା ରଖିଲେ ମେୟର

ପରିମଳ ସମସ୍ୟାର ସମାଧାନ ପାଇଁ ଭୁଆଶୁଣି ଡ଼ମ୍ପିଂୟାର୍ଡରେ ବିଏମସି ପକ୍ଷରୁ ବାୟୋ ମାଇନିଂ ପ୍ଲାଣ୍ଟ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୩କୋଟି ଟଙ୍କାର ଅନୁଦାନ ମିଳିଥିଲେ ମଧ୍ୟ ପ୍ଲାଣ୍ଟ ପ୍ରତିଷ୍ଠାରେ ବିଳମ୍ବ ହେଉଛି। ସମସ୍ୟାର ସମାଧାନ ପାଇଁ ବିଏମସି କର୍ତ୍ତୃପକ୍ଷ ଓ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହ ଆଲୋଚନା ହେଉଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରୁନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details