ଓଡିଶା

odisha

ETV Bharat / city

ଦାରୁଠେଙ୍ଗ ଦୁର୍ଦ୍ଦଶା; ଘନେଇଲା ବିବାଦ, ପୁଣି ବସିବ ବୈଠକ

ବର୍ଷକ ଭିତରେ ଦାରୁଠେଙ୍ଗ ଡ଼ମ୍ପିଙ୍ଗ ୟାର୍ଡରୁ ବର୍ଜ୍ୟବସ୍ତୁ ଖାଲି କରାଯାଇ ସେଠାରେ ଏକ ବାଇଓମାଇନିଂ ପ୍ଲାଣ୍ଟ ନିର୍ମାଣ ହେବ । ବିଏମସିର ସ୍ଥାନୀୟ ବାସିନ୍ଦା ଏବଂ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଘନ ଘନ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବିଏମସି କତ୍ତୃପକ୍ଷ ।

By

Published : Jan 9, 2020, 8:40 PM IST

bhuasuni-dumping-yard
bhuasuni-dumping-yard

ଭୁବନେଶ୍ବର: ଦାରୁଠେଙ୍ଗ ଡ଼ମ୍ପିଙ୍ଗ ୟାର୍ଡ ମାମଲାରେ ଘନେଇଲା ବିବାଦ । ବାହାରି ପାରୁନାହିଁ ଚୂଡାନ୍ତ ନିଷ୍ପତ୍ତି । ତେବେ ବର୍ଷେ ଭିତରେ ଦାରୁଠେଙ୍ଗରୁ ଡ଼ମ୍ପିଙ୍ଗ ୟାର୍ଡ ଉଠିବା ନେଇ ଆଲୋଚନା ଫଳପ୍ରଦ ହେବା ନେଇ ଆଶା କରାଯାଉଛି । ଗୁରୁବାର ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟରେ ସ୍ଥାନୀୟ ନେତୃବୃନ୍ଦ, ଜଟଣୀ ବିଧାୟକ ଓ ବିଏମସି କମିଶନରଙ୍କ ମଧ୍ୟରେ ମାରାଥନ ବୈଠକ ବସିଥିଲା । ଚଳିତ ମାସରେ ଏହା ଥିଲା ଦ୍ବିତୀୟ ବୈଠକ । ବିଏମସି ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ଖୁବଶୀଘ୍ର ଲିଖିତ ପ୍ରତିଶୃତି ଦିଆଯିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।

ଦାରୁଠେଙ୍ଗ ଦୁର୍ଦ୍ଦଶା; ଘନେଇଲା ବିବାଦ, ପୁଣି ବସିବ ବୈଠକ

ବର୍ଷକ ଭିତରେ ଦାରୁଠେଙ୍ଗ ଡ଼ମ୍ପିଙ୍ଗ ୟାର୍ଡରୁ ବର୍ଜ୍ୟବସ୍ତୁ ଖାଲି କରାଯାଇ ସେଠାରେ ଏକ ବାଇଓମାଇନିଂ ପ୍ଲାଣ୍ଟ ନିର୍ମାଣ ହେବ । ବିଏମସିର ସ୍ଥାନୀୟ ବାସିନ୍ଦା ଏବଂ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଘନ ଘନ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବିଏମସି କତ୍ତୃପକ୍ଷ । ଦୀର୍ଘଦିନ ଧରି ଡ଼ମ୍ପିଙ୍ଗ ୟାର୍ଡ ସ୍ଥାନାନ୍ତରିତ କରିବାକୁ ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ ଏପରିକି କିଛି ଦିନ ହେବ ବର୍ଜ୍ୟବସ୍ତୁ ଗାଡିକୁ ସ୍ଥାନୀୟ ଲୋକେ ପ୍ରତିବାଦ କରି ଭଙ୍ଗା ଭାଙ୍ଗି କରିବାର ଅଭିଯୋଗ ହୋଇଥିଲା । ଡମ୍ପିୟାର୍ଡ ପାଇଁ ସ୍ଥାନୀୟ ଅଞ୍ଚଳରେ ପରିବେଶ ଦୂଷିତ ହେବା ସହ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବ ଜନ୍ତୁଙ୍କ ଉପରେ ଏହାର କୁ ପ୍ରଭାବ ପଡୁଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଆସୁଥିଲେ ।

ବିଏମସି ଏବଂ ଦାରୁଠେଙ୍ଗ ବାସୀଙ୍କ ସହ ଆଲୋଚନା ପରେ ନିଆଯାଇଥିବା ନିଷ୍ପତ୍ତିକୁ ସେମାନେ ମାନିନେଇଛନ୍ତି, ସେମାନଙ୍କ ଅନୁରୋଧ କ୍ରମେ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦିଆଯିବ । ଭୁବନେଶ୍ବରରେ ୪୩ ଟି ସ୍ଥାନରେ ଏମସିସି କାର୍ଯ୍ୟ ଚାଲିଛି । ବର୍ଷକ ଭିତରେ ଡ଼ମ୍ପିଙ୍ଗ ୟାର୍ଡରୁ ସମସ୍ତ ବର୍ଜ୍ୟବସ୍ତୁ ସବୁ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରକୁ ସ୍ଥାନାନ୍ତରିତ ହେବ । ଖାଲି ହେବା ପରେ ସେ ସ୍ଥାନରେ ଏକ ବାଇଓ ମାଇନିଂ ପ୍ଲାଣ୍ଟ କରାଯିବ । ଦୁଇ ଦିନ ପରେ ପୁଣି ସେଠାରେ ଅଳିଆ ଆବର୍ଜନା ପଡିବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚଉଧାରୀ କହିଛନ୍ତି ।

ଭୁବନେଶ୍ବର ଅଞ୍ଚଳରେ ବିଏମସି ପକ୍ଷରୁ ୪୩ ଟି ସ୍ଥାନରେ ମାଇକ୍ରୋ କମ୍ପୋସ୍ଟିଙ୍ଗ ସେଣ୍ଟର ନିର୍ମାଣ ଚାଲିଛି । ଆଗକୁ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରୁ ଆସୁଥିବା କଠିନ ବର୍ଜ୍ୟବସ୍ତୁ ସେ ଏମସିସିକୁ ଯିବ ଏବଂ ସେଥିରୁ କମ୍ପୋଷ୍ଟ ତିଆରି କରାଯିବ । ଆଗକୁ ଡ଼ମ୍ପିଙ୍ଗ ୟାର୍ଡ ବିବାଦ ସମାଧାନ ହେବା ନେଇ ଆଶା କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏବେ ଦାରୁଠେଙ୍ଗ ଡ଼ମ୍ପିଙ୍ଗ ୟାର୍ଡରେ ବର୍ଜ୍ୟବସ୍ତୁ ପଡ଼ିବା ସାମୟିକ ବନ୍ଦ ରହିବ । ଦୁଇ ଦିନ ପରେ ଆଉ ଥରେ ବୈଠକ ବସିଲେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ପ୍ରତି ତିନି ମାସରେ ଥରେ ଡ଼ମ୍ପିଙ୍ଗ ୟାର୍ଡ ବିଷୟରେ ସମୀକ୍ଷା କରାଯିବ । ଭୁବନେଶ୍ବରରେ ୪୩ଟି ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର କାର୍ଯ୍ୟ ଚାଲିଛି । ସେଗୁଡିକ କାର୍ଯ୍ୟକ୍ଷମ ହେଲା ପରେ ଦାରୁଠେଙ୍ଗ ଡମ୍ପି ୟାର୍ଡରେ ଆଉ ଅଳିଆ ଆବର୍ଜନା ପଡ଼ିବନି ବୋଲି ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।

ସ୍ବଚ୍ଛତା ଦିଗରେ ବିଏମସି ପକ୍ଷରୁ ବିଭିନ୍ନ କାର୍ଯ୍ୟପନ୍ଥା କାର୍ଯ୍ୟକାରୀ ହେଉଥିବା ବେଳେ ବିଏମସିର ଦାରୁଠେଙ୍ଗ ଡ଼ମ୍ପିଙ୍ଗ ୟାର୍ଡ ବନ୍ଦ କେତେଦୂର କାର୍ଯ୍ୟକାରୀ ହେଉଛି ଆଗାମୀ ଦିନରେ ସ୍ପଷ୍ଟ ହେବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ. ଇଟିଭି ଭାରତ

ABOUT THE AUTHOR

...view details