ଭୁବନେଶ୍ବର: ଭିମଟାଙ୍ଗି ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥକୁ କୋର୍ଟ ଚାଲାଣ କିରିଛି ପୋଲିସ । IPC ଧାରା ୩୦୨ ହତ୍ୟା, ଧାରା ୩୦୯ ଆତ୍ମହତ୍ୟା ଉଦ୍ୟମ, ଧାରା ୨୦୧ ପ୍ରମାଣ ଲୁଚାଇବା ଅଭିଯୋଗରେ କୋର୍ଟ ଚାଲାଣ କରିଛି ପୋଲିସ । ପରେ ତାକୁ ୧୪ ଦିନ ପାଇଁ ଵିଚାରବିଭାଗିୟ ହାଜତକୁ ପଠାଯାଇଛି । ଜଗନ୍ନାଥ ଏବେ ଝାରପଡା ସ୍ବତନ୍ତ୍ର କାରାଗାରରେ ରହିବ ।
ଭିମଟାଙ୍ଗି ହତ୍ୟାକାଣ୍ଡ, ଜେଲ ଗଲା ଅଭିଯୁକ୍ତ
ବହୁ ଚର୍ଚ୍ଚିତ ଭୀମଟାଙ୍ଗି ହତ୍ୟାକାଣ୍ଡ, ଅଭିଯୁକ୍ତ ଜଗନ୍ନାଥକୁ ପଠାଗଲା ଜେଲ । ଅଧିକ ପଢନ୍ତୁ...
ଭିମଟାଙ୍ଗି ହତ୍ୟାକାଣ୍ଡ, ଜେଲ ଗଲା ଅଭିଯୁକ୍ତ
ତେବେ ଅଭିଯୁକ୍ତ ଜଗନ୍ନାଥଙ୍କ ପକ୍ଷରୁ କୌଣସି ଓକିଲ ଜାମିନ ପାଇଁ ଆବେଦନ କରିନାହାନ୍ତି । ଅଭିଯୁକ୍ତର ପରିବାର ସଦସ୍ୟ ମଧ୍ୟ କୋର୍ଟକୁ ଆସିନଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଅନ୍ୟପକ୍ଷରେ କମିସନରେଟ ପୋଲିସ ମଧ୍ଯ ଅଭିଯୁକ୍ତକୁ ରିମାଣ୍ଡରେ ନେବା ପାଇଁ ମଧ୍ୟ ଆବେଦନ କରିନଥିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Jul 22, 2021, 9:34 AM IST