ଓଡିଶା

odisha

ପ୍ରତିଶୋଧର ନିଆଁରେ ଜଳୁଥିଲେ ଜଗନ୍ନାଥ, ପ୍ରେମିକାର ପୁଅକୁ ବି ମାରିବାର ଥିଲା ପ୍ଲାନ

By

Published : Jul 6, 2021, 3:09 PM IST

Updated : Jul 6, 2021, 10:34 PM IST

ରାଜଧାନୀ ଭୀମଟାଙ୍ଗୀରେ ହୋଇଥିବା ହତ୍ୟା ଘଟଣାର ଅଧିକ ତଦନ୍ତ ପାଇଁ ଯାଜପୁର ଯିବ କମିଶନରେଟ ପୋଲିସ । ରାଜଧାନୀ ଭୀମଟାଙ୍ଗି ମର୍ଡର ମିଷ୍ଟ୍ରର ଖୋଲୁଛି ଗୁମର। କେବଳ ପ୍ରେମିକା ନୁହେଁ ପ୍ରେମିକାର 3 ବର୍ଷର ପୁଅକୁ ମାରିବାକୁ କରିଥିଲା ପ୍ଲାନ। ଏଥିପାଇଁ ରଚିଥିଲେ ହତ୍ୟାର ଷଡ଼ଯନ୍ତ୍ର। ସୌଭାଗ୍ୟ ବଶତଃ କୁନି ପୁଅଟି ନ ଥିଲା । ଅଧିକ ପଢନ୍ତୁ...

Bhimatangi priyadarshani murder case
ଭୀମଟାଙ୍ଗୀ ପ୍ରିୟଦର୍ଶନୀ ମର୍ଡର କେସ,ତଦନ୍ତ ପାଇଁ ଯାଜପୁର ଯିବ ପୋଲିସ

ଭୁବନଶ୍ବର: ରାଜଧାନୀ ଭୀମଟାଙ୍ଗି ମର୍ଡର ମିଷ୍ଟ୍ରର ଖୋଲୁଛି ଗୁମର। କେବଳ ପ୍ରେମିକା ନୁହେଁ ପ୍ରେମିକାର 3 ବର୍ଷର ପୁଅକୁ ମାରିବାକୁ କରିଥିଲା ପ୍ଲାନ। ଏଥିପାଇଁ ରଚିଥିଲେ ହତ୍ୟାର ଷଡ଼ଯନ୍ତ୍ର । ସୌଭାଗ୍ୟବଶତଃ କୁନି ପୁଅଟି ନ ଥିଲା ସେହି ସମୟରେ । ପଡୋଶୀ ଘରେ ପୁଅ ଥିବା ଯୋଗୁଁ ବର୍ତ୍ତି ଯାଇଥିଲା ଏକ ନୀରିହ ଜୀବନ । ନଚେତ ହତ୍ୟାକାରୀର ମୁହଁରେ ପଡିଥିଲା କୁନି ପୁଅ କଣ ହୋଇଥାନ୍ତା ତାହା ବିଭତ୍ସ ହତ୍ୟାକାଣ୍ଡ ହି ବୟାନ କରୁଛି । କାରଣ ପ୍ରତିଶୋଧର ନିଆଁରେ ଜଳୁଥିବା ଜଗନ୍ନାଥ ଘଟାଇଥିଲା ଭୟଙ୍କର ଜଘନ୍ୟ କାଣ୍ଡ । ପ୍ରେମିକାକୁ ହତ୍ୟା ପରେ ପ୍ରେମିକାର ମଥାରେ ଦେଇଥିଲା ସିନ୍ଦୁର। ଆଉ ଯାହାର ଫଟୋ ପଠାଈଥିଲେ ପ୍ରେମିକା ସ୍ବାମୀ ପାଖକୁ। ଏଥିରୁ ପୋଲିସ ସନ୍ଦେହ କରୁଛି ଏହା ଏକ ସୁପରିକଳ୍ପିତ ଯୋଜନାବଦ୍ଧ ହତ୍ୟାକାଣ୍ଡ। ଆଉ ତଦନ୍ତର ପ୍ରାଥମିକ ପ୍ରମାଣରେ ହତ୍ୟାର ଠୋସ ପ୍ରମାଣ ।

ପ୍ରେମ ପ୍ରତିଶୋଧର ଜଳୁଥିଲେ ଜଗନ୍ନାଥ, ପ୍ରେମିକାର ପୁଅକୁ ବି ମାରିବାର ଥିଲା ପ୍ଲାନ

ପୋଲିସ ହାତରେ ଲାଗିଛି ଜଗନ୍ନାଥଙ୍କ ଫାମିଲି ଚାଟ୍ । ବିବାହିତା ପ୍ରେମିକା ପ୍ରିୟଦର୍ଶନୀ ହତ୍ୟା କରିବା ପୂର୍ବରୁ ଜଗନ୍ନାଥ କରିଥିଲେ ନିଜ ଫାମିଲି ଗ୍ରୁପରେ ପୋଷ୍ଟ। ହ୍ବାଟସପ ଫାମିଲି ଗ୍ରୁପରେ ଲେଖିଥିଲେ ଯେ ସେ ଝିଅ ବରବାଦ କରିଦେଲା । ଆଉ ବଞ୍ଚିବାକୁ ଇଛା ହେଉନି। ଏମିତି ଅନେକ ପ୍ରଶ୍ନର କାରଣ ଖୋଜି। ଯାଜପୁରରେ ତଦନ୍ତ କରିଛି କମିସନରେଟ ପୋଲିସ ଟିମ।

ଯାଜପୁରରେ ପରିବାର ଉଭୟ ଝିଅ ଓ ପୁଅର ପରିବାର ଲୋକଙ୍କୁ ପଚରାଉଚରା କରିଛି। ଏପଟେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଟ୍ରମାରେ ଆଇସିୟୁରେ ଅଛନ୍ତି। ଯାହାକୁ ସେମାନଙ୍କ ଭିତିର ତଥ୍ୟ ସମ୍ପର୍କରେ ଜାଣି ହେଉନି। ଆଇସିୟୁରେ ଥିବାରୁ ପୋଲିସ ତଦନ୍ତ ବାଧାପ୍ରାପ୍ତ ହେଉଛି। ହେଲେ ଜଗନ୍ନାଥ ହତ୍ୟାକାରୀ ଏହାର ଯଥେଷ୍ଟ ପ୍ରମାଣ ରହିଛି ବୋଲି ଡିସିପି କହିଛନ୍ତି । ସେପଟେ ଜଗନ୍ନାଥଙ୍କ ମା’ ଅନେକ ଗୁମର ଖୋଲିଛନ୍ତି । ବିବାହ ପରେ ପ୍ରିୟଦର୍ଶନୀ ଜଗନ୍ନାଥଙ୍କୁ ଫୋନ କରୁଥିଲେ। ଏପରିକି ଲକଡାଉନ ବେଳେ ତାଙ୍କ ସହ ଦୀର୍ଘ ସମୟ କଥା ହେଉଥିଲେ। ତେବେ କଣ ୬ ବର୍ଷ ତଳର ପ୍ରେମକୁ କିଏ ଭୁଲିପାରୁନଥିଲା କାହାକୁ। ଏଥିପାଇଁ ପ୍ରିୟଙ୍କା ପ୍ରିୟଦର୍ଶନୀ ବିବାହିତ ଜାଣି କିପରି ଜଗନ୍ନାଥଙ୍କ ତାଙ୍କ ସହ ସମ୍ପର୍କରେ ଥିଲେ। ଏଥିପାଇଁ ପ୍ରିୟଦର୍ଶନୀଙ୍କ ସହମତି ଥିଲା ନା ବିରୋଧ କରୁଥିଲେ। ହତ୍ୟା ହୋଇଥିବା ଘର ସମ୍ପର୍କରେ କିପରି ଜାଣିଲେ ଜଗନ୍ନାଥ। ଏଥର ପ୍ରଥମ ଥର ଆସିଥିଲେ ନା ପୂର୍ବରୁ ଅନେକ ଥର ଆସି ଥିଲେ। ଏ ସମ୍ପର୍କରେ ପ୍ରିୟଦର୍ଶନୀଙ୍କ ସ୍ବାମୀ ଜାଣିଥିଲେ ନାଁ ନାହିଁ। ଏପରିକି ପ୍ରିୟଦର୍ଶନୀଙ୍କ ପରିବାର ଏସମ୍ପର୍କରେ ଜଣା ଥିଲା କି ନାହିଁ ଏଭଳି ଅନେକ ପ୍ରଶ୍ନ ଜଗନ୍ନାଥଙ୍କ ମା ଙ୍କ ବୟାନ ପରେ ଘଟଣାର ଟ୍ବିଷ୍ଟ କରିଛି ଏବଂ ପୋଲିସକୁ ଏକ ନୂଆ ମୋଡ଼ରେ ପହଞ୍ଚାଇଛି ।

ସେପଟେ ଏଭଳି ଘଟଣା ନୁଆ ନୁହେଁ ପ୍ରେମ ପାଇ ପ୍ରତିହିଂସା ଏବେ ଏକ ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଏପରି ଅନେକ ଯୁବପିଢି ପ୍ରେମ ପାଇଁ ଅନେକ ଭୁଲ ପଦକ୍ଷେପ ନେଉଛନ୍ତି।ବଲାଙ୍ଗିରରେ ଜଣେ ପ୍ରେମିକ ନିଜ ପ୍ରେମିକା ପାଇଁ ବନ୍ଧୁକ ମୁନରେ ପ୍ରେମିକାର ପରିବାର ଲୋକଙ୍କୁ ବନ୍ଧକ ରଖି ଗିରଫ ହୋଇଥିଲେ।ସେହିପରି ଗତ ମାସରେ ରାଜଧାନୀର ମଞ୍ଚେଶ୍ବର ଥାନା ଅଞ୍ଚଳରେ ଜଣେ ବିବାହିତ ଯୁବକ ଜଣେ ଫାର୍ମାସିଷ୍ଟଙ୍କ ପ୍ରେମରେ ପଡି ତାଙ୍କୁ ଭୁବନେଶ୍ବର ଆସି ସେହି ଯୁବତୀ କାମ କରୁଥିବା ମେଡିସିନ ଦୋକାନରେ ଜବରଦସ୍ତି କରି ଗିରଫ ହୋଇଥିଲେ । ଯାହାକୁ ନେଇ ମନସ୍ତତ୍ବବିତ ଏହାକୁ ନେଇ ଯୁବପିଢିଙ୍କୁ ଚେତାଇ ଦେଇଛନ୍ତି । ପ୍ରେମ ପାଇ ଅପରାଧ ବଢୁଛି ହେଲେ ପ୍ରେମ ଖରାପ ଜିନିଷ ନୁହଁ । ଯାହାକୁ ନେଇ ଅପରାଧ ଘଟାଇବା ଉଚିତ ନୁହେଁ ।

ତେବେ ପ୍ରେମକୁ ନେଇ ରାଜଧାନୀରେ ପ୍ରିୟଦର୍ଶନୀ ନାମକ ବିବାହିତ ମହିଳାଙ୍କୁ ବିଭତ୍ସ ହତ୍ୟାକାଣ୍ଡ ପରେ ଏବେ ଅନେକ ମନରେ ପ୍ରଶ୍ନ ଉଙ୍କି ମାରୁଛି। ଭୁଲ କାହାର କେଉଁ କାରଣରୁ ଏଭଳି କାଣ୍ଡ ଘଟିଛି। ନିଆଁ ନଥିଲେ ଧୁଆଁ ଉଠିବା ଘଟଣା ପରି । ପ୍ରେମ ଏବେ ଯୁବପିଢ଼ିଙ୍କ ପାଇ ଏକ ନୂଆ ପରିସ୍ଥିତି ଉପୁଜାଇଛି । ଅପରାଧର ସ୍ଥାନ ଜେଲର ଚାରିକାନ୍ଥ ତାହାକୁ ବୁଝିବା ଏବେଠୁ ସଚେତନ ହେବାର ଆବଶ୍ୟକତା ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

ହତ୍ୟା ପରେ ଟ୍ରମାରେ ଅଭିଯୁକ୍ତ । ପୋଲିସ ତଦନ୍ତରେ ବାଧାପ୍ରାପ୍ତ ହୋଇଛି । ହତ୍ୟାର ଅଧିକ ଛାନଭିନ ପାଇ ଯାଜପୁର ଯିବ କମିଶନରେଟ ପୋଲିସ। ଉଭୟ ହତ୍ୟାକାରୀ ପୁଅ ଓ ଝିଅର ପରିବାର ସହ ସ୍ବାମୀର ପରିବାର ଲୋକଙ୍କୁ କରିବ ପଚରାଉଚରା । ଏନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ।

ସୂଚନାଥାଉକି ଗତକାଲି ଦିନ ଦ୍ବିପହରରେ ରାଜଧାନୀ ଭୁବନେଶ୍ବର ଭୀମଟାଙ୍ଗୀରେ ଲୋମହର୍ଷଣକାରୀ ଘଟଣା ଘଟିଛି । ନିଜ ପୂର୍ବତନ ପ୍ରେମିକା ତଥା ବିବାହିତ ମହିଳାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ଏହାପରେ ସେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ଯାଜପୁର ଯିବ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 6, 2021, 10:34 PM IST

ABOUT THE AUTHOR

...view details