ଭୁବନେଶ୍ବର:ରାଜଧାନୀ ଭିମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ହତ୍ୟା ଘଟଣା । ପ୍ରିୟଙ୍କାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଏବେ ହସ୍ପିଟାଲ ଆଇସିୟୁ ବେଡରେ ଛଟପଟ ହେଉଛନ୍ତି କିଲର ପ୍ରେମିକ ଜଗନ୍ନାଥ । ବେଳେ ବେଳେ ଗୀତ ଗାଇବା ସହ ନିଜ କର୍ମକୁ ପଶ୍ଚାତାପ କରି ଆଖିରୁ ଲୁହ ମଧ୍ୟ ଝରାଉଛନ୍ତି । ଗୀତ ଗାଇ ଏବେ ପ୍ରେମିକାକୁ ମନେ ପକାଉଛି ଜଗନ୍ନାଥ । ଟ୍ରମାରେ ଥିବା ଏହି ପ୍ରେମିକ ଜଣକ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ହତ୍ୟା ପରେ ଏବେ ଏମିତି ଛଟପଟ ହେଉଥିବା କ୍ୟାପିଟାଲ ହସ୍ପିଟାଲରେ ଦେଖିବାକୁ ମିଳିଛି।
ମାନସିକ ସ୍ଥିତି ଓ ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ପୋଲିସ ତାକୁ ଏଯାଵତ ଗିରଫ କରିନାହିଁ । ହେଲେ ତଦନ୍ତ ବିଳମ୍ଵ ହେବାରୁ ପୋଲିସ କାରଣ ଖୋଜି ପାଇବାରେ ବିଳମ୍ଵ ହେଉଛି । ସେପଟେ ପ୍ରିୟଙ୍କାକ ହ୍ଵାଟ୍ସଆପ ଚାଟରୁ ଅନେକ କିଛି ଜଗନ୍ନାଥଙ୍କ ବିଷୟରେ ଜାଣିବାକୁ ପାଇଛି ପୋଲିସ । ବେଙ୍ଗାଲୁରୁରୁ ଫେରିଵା ପରେ ନିଜକୁ ଅତି ଅସହାୟ ମନେ କରୁଥିଲା ଜଗନ୍ନାଥ । ପ୍ରିୟଙ୍କାଙ୍କ ସହ କଥା ହେବା ବେଳେ ମାନସିକ ସ୍ଥିତି ଜଣାଉଥିଲା । ପ୍ରିୟଙ୍କା ପ୍ରିୟଦର୍ଶିନି ତାକୁ ବୁଝାଉଥିଲେ । ହେଲେ ସେଭଳି କିଛି ଖରାପ ଚାଟିଂ କରୁନଥିଲେକି ସେଭଳି ମାନସିକ ଚାପ ଦେଲାଭଳି କୌଣସି କଥା ବି କହି ନଥିଲେ ପ୍ରିୟଙ୍କା ।