ଓଡିଶା

odisha

ETV Bharat / city

ଭସାଣୀ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ମା ନେଉଛନ୍ତି ମେଳାଣୀ । ରାଜଧାନୀରେ ପ୍ରବଳ ଭିଡ । ସୁରକ୍ଷା ଦୃଷ୍ଟିରୁ ଟ୍ରାଫିକ କଟକଣା ଜାରି କଲା ପୋଲିସ । ଜାଣନ୍ତୁ କେଉଁ ରାସ୍ତା ଦେଇଯିବେ ।

By

Published : Oct 9, 2019, 5:13 PM IST

Updated : Oct 9, 2019, 5:29 PM IST

ଫାଇଲ ଫଟୋ

ଭୁବନେଶ୍ବର: ସରିଛି ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା । ଏବେ ସମୟ ବିଦାୟ ନେବାର । ଆଜି ମା ବିଦାୟ ନେଉଛନ୍ତି ଧରାପୃଷ୍ଠରୁ । ଶୋଭାଯାତ୍ରାରେ ବିଦାୟ ନେଉଛନ୍ତି ମା । ସେଥିପାଇଁ ଦ୍ବୈତ ନଗରରେ ପ୍ରବଳ ଭିଡ । ସୁରକ୍ଷା ଓ ସର୍ବସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ଜାରି କରିଛି ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିର୍ଦ୍ଦେଶନାମାନୁସାରେ ରାଜଧାନୀ ଭୁବନେଶ୍ବରର 3ଟି ସ୍ଥାନରେ ହେବ ଭସାଣୀ ଉତ୍ସବ । ସହିଦ ନଗର ରୂପାଲୀ ଛକ, ନୟାପଲ୍ଲୀଓ ଉତ୍ତର ଭୁବନେଶ୍ବରର ଚନ୍ଦ୍ରଶେଖର ପୁର ଠାରେ ହେବ ଭଷାଣୀ ଶୋଭାଯାତ୍ର । ଯେଉଁଥିପାଇଁ ଏହି ସମସ୍ତ ଅଞ୍ଚଳରେ ଟ୍ରାଫିକ କଟକଣା ଜାରି କରାଯାଇଛି । ବାଣୀବିହାରରୁ ରୁପାଲି ଅଭିମୁଖେ ଯାଉଥିବା ସମସ୍ତ ଯାନବାହାନକୁ ଆଚାର୍ଯ୍ୟ ବିହାର ରୋଡ ଦେଇ ଏଜି ସ୍କୋୟାର ମାର୍ଗ ଦେଇ ଯିବା ଆସିବା କରିବେ । ନୟାପଲ୍ଲୀରୁ ସିଆରପି ମଧ୍ୟ ଦେଇ ଯିବାକୁ ଚାହୁଁଥିବା ଲୋକ ଜୟଦେବ ବିହାରରୁ ଡାହାଣକୁ ଯାଇ ବିଜୁପଟ୍ଟନାୟକ କଲେଜ ଦେଇ ଏକାମ୍ର ପାର୍କ ଦେଇ ସିଆରପିରେ ବାହାରିବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତା ସହିତ ନୟାପଲ୍ଲୀ ଭସାଣି ସମିତିରେ ସାମିଲ ହେବାକୁ ଥିବା ସମସ୍ତ ମେଢ ସିଆରପି ପହଞ୍ଚିବା ପରେ ଷ୍ଟୁଆର୍ଟ ସ୍କୁଲରୁ ଓୟୁଏଟି ଦେଇ ଏୟାର ପୋର୍ଟ ରୋଡକୁ ବାହାରିବେ । ସେହିପରି ଚନ୍ଦ୍ରଶେଖର ପୁର ଠାରେ ହେବାକୁ ଥିବା ଭସାଣି ନାଲକୋ ଛକରୁ କିଟ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ନନ୍ଦନକାନନରୁ ଜୟଦେବ ବିହାର ଦୁଇଟି ପାର୍ଶ୍ବ ରାସ୍ତାକୁ ଗୋଟିଏ ପାର୍ଶ୍ବକୁ ସର୍ବସାଧାରଣଙ୍କ ଯିବା ଆସିବା ପାଇଁ ଖୋଲା ରଖାଯିବ ।


ସମସ୍ତ ଯାତ୍ରୀ ଏହାକୁ ମାନିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆଇନ ଉଲଘଂନ କାରୀଙ୍କ ପାଇଁ 5ଶହରୁ ଏକ ହଜାର ଜରିମାନା ଆଦାୟ କରାଯିବ । ଏହି ନିର୍ଦ୍ଦେଶାବଳୀ ରାତି ଗୋଟାଏ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 9, 2019, 5:29 PM IST

ABOUT THE AUTHOR

...view details