ନୂଆଦିଲ୍ଲୀ: ସଂସଦରେ ମହାମାରୀ ସଂଶୋଧନ ବିଧେୟକୁ ନେଇ ଆଲୋଚନା ସମୟରେ ଏହା ଉପରେ ବିସ୍ତୃତ ବିବୃତ୍ତି ପ୍ରଦାନ କରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଓଡିଶା ସରକାରଙ୍କ ଦ୍ବାରା ପ୍ରସ୍ତାବିତ ବିଧେୟକ କେନ୍ଦ୍ରସରକାରଙ୍କ ବିଧେୟକ ଠାରୁ ଉନ୍ନତ ବୋଲି କହିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ।
ସେ କହିଛନ୍ତି, ମହାମାରୀ ସମୟରେ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଛାତ୍ରଛାତ୍ରୀ, ଅଧିକାରୀ ଓ ସମସ୍ତ ଜନସାଧାରଣ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ମହାମାରୀ ସମ୍ବନ୍ଧରେ 21 ଅପ୍ରେଲରେ ଅଧ୍ୟାଦେଶ ଆଣିଥିଲେ କେନ୍ଦ୍ର ସରକାର । ହେଲେ ଅପ୍ରେଲ ପ୍ରଥମ ସପ୍ତାହରେ ଏବାଦରେ ରାଜ୍ୟ ସରକାର ଆଣିଥିବା ଅଧ୍ୟାଦେଶ କେନ୍ଦ୍ର ଅଧ୍ୟାଦେଶ ଠୁ ଉନ୍ନତ ।