ଭୁବନେଶ୍ବର: କୋଭିଡ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ବିଏମସିର କଡା କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ବର ୟୁନିଟ-୩ ସ୍ଥିତ ଭାରତୀୟ ବିଦ୍ୟା ଭବନ ସିଲ । କୋଭିଡ କଟକଣାକୁ ଖିଲାପ କରି ଅଫଲାଇନରେ ପରୀକ୍ଷା ଚାଲିଥିବା ନେଇ ଏହାକୁ ସିଲ କରାଯାଇଛି ।
ଚାଲିଥିଲା ଅଫଲାଇନରେ ପରୀକ୍ଷା, ସିଲ ହେଲା ଭାରତୀୟ ବିଦ୍ୟା ଭବନ - covid rule violation
କୋଭିଡ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ସିଲ ହେଲା ୟୁନିଟ-୩ ସ୍ଥିତ ଭାରତୀୟ ବିଦ୍ୟା ଭବନ । ଅଧିକ ପଢନ୍ତୁ...
ଅଫଲାଇନ ପରୀକ୍ଷା କରି ସିଲ ହେଲା ଭାରତୀୟ ବିଦ୍ୟା ଭବନ
ଏହାସହ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସେପଟେ ସାମାଜିକ ଦୂରତା ଉଲ୍ଲଙ୍ଘନ ପାଇଁ ନୟାପଲ୍ଲୀସ୍ଥିତ କଳିଙ୍ଗ ଏକାଡେମୀ ଓ ଆଦିତ୍ୟ ଏକାଡେମୀକୁ ମଧ୍ୟ ବିଏମସି ସିଲ କରିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ