ଭୁବନେଶ୍ବର:ବାଣପୁର ଅଞ୍ଚଳରେ ବ୍ଲକ ଅଧକ୍ଷ ନିର୍ବାଚନ ସମୟରେ ସ୍ଥାନୀୟ ଜନ ସାଧାରଣଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ । ସେହି ସମୟରେ ସେ ପ୍ରଚୁର ମଦ୍ୟପାନ କରିଥିଲେ । ବିଧାୟକଙ୍କ ଏହି ଉଦ୍ଧତ କାର୍ଯ୍ୟ ଯୋଗୁଁ ବର୍ତ୍ତମାନ ୨୫ ଜଣ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଏହାକୁ ନେଇ ମାନବାଧିକାର କମିଶନଙ୍କ ନିକଟରେ ଦ୍ବାରସ୍ତ ହୋଇଛନ୍ତି ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶ ।
ଚିଲିକା ବିଧାୟକଙ୍କ ଏହି ଅମାନବୀୟ କାର୍ଯ୍ୟ ଯୋଗୁଁ ଯେଉଁ ୨୫ ଜଣ ଗୁରୁତର ହୋଇଛନ୍ତି ସେମାନଙ୍କ ମଧ୍ୟରେ ସ୍ଥାନୀୟ ଲୋକଙ୍କ ସହ କିଛି ପୋଲିସ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ସାମିଲ ରହିଛନ୍ତି । ପ୍ରଶାନ୍ତ ଜଗଦେବ ଆଗରୁ ମଧ୍ୟ ଏଭଳି କାର୍ଯ୍ୟ କରି ଜେଲ ଯାଇଥିଲେ । ସବୁବେଳେ ବିବାଦରେ ଛନ୍ଦି ହେଉଥିବାରୁ ତାଙ୍କୁ ବିଜେଡି ଦଳରୁ ନିଲମ୍ବନ କରାଯାଇଥିଲା ।