ଭୁବନେଶ୍ବର: ବୁଧବାର 12 ଦଫା ଦାବି ନେଇ ବାମଦଳ ସହ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ 24 ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଯଦିଓ ରାଜ୍ୟ ସରକାର ବନ୍ଦକୁ ସମର୍ଥନ କରୁନାହାଁନ୍ତି ଯେଉଁଥିପାଇଁ ସମସ୍ତ ପ୍ରତିଷେଧ ମୂଳକ ବ୍ୟବସ୍ଥା କରିଛନ୍ତି ।
ଭାରତ ବନ୍ଦ; 9.30 ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ - ଭାରତ ବନ୍ଦ ପ୍ରସଙ୍ଗ
ବାମଦଳର ଭାରତ ବନ୍ଦ ଡାକରାକୁ ଦେଖି ପ୍ରତିଷେଧ ମୂଳକ ବ୍ୟବସ୍ଥା ଗ୍ରହଣ କଲେ ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶ ।
govt
ଏନେଇ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ସ୍ବତନ୍ତ୍ର ସଚିବ ଚିଠିରେ ଦର୍ଶାଇଛନ୍ତି ସମସ୍ତ ଜିଲ୍ଲା ସ୍ତରର ଅଧିକାରୀ କାର୍ଯ୍ୟାଳୟରେ ସକାଳ 9.30 ସୁଦ୍ଧା ପହଞ୍ଚିବେ । ସେହିପରି ଲୋକସେବା ଭବନ ଓ ଖାରବେଳ ଭବନର କର୍ମଚାରୀ ମାନେ ମଧ୍ୟ ସକାଳ 9ଟା 30 ସୁଦ୍ଧା ପହଞ୍ଚିବେ । ଲୋକସେବା ଭବନର ସାମ୍ନା ଗେଟ ବନ୍ଦ ରହିବ। ପଛପଟ ଗେଟ ଦେଇ କର୍ମଚାରୀ ଆସିବେ। ଏହାସହ ସାମ୍ନା ଗେଟ 10ଟା 15 ପରେ ବନ୍ଦ ରହିବ ବୋଲି କୁହାଯାଇଛି ।
ଭୁବେନଶ୍ବରରୁ ଜ୍ଞାନିଦର୍ଶୀ ସାହୁ, ଇଟିଭି ଭାରତ