ଓଡିଶା

odisha

ETV Bharat / city

ଭାରତ ବନ୍ଦ: ବରମୁଣ୍ଡାରେ ଫସିଛନ୍ତି ଯାତ୍ରୀ

ଭାରତ ବନ୍ଦ ପାଇଁ ବରମୁଣ୍ଡା ବସଷ୍ଟାଣ୍ଡ ଗଡୁନି ଗାଡି । ଫସି ରହିଛନ୍ତି ଯାତ୍ରୀ । ଅଧିକ ପଢନ୍ତୁ...

By

Published : Dec 8, 2020, 10:34 AM IST

Updated : Dec 8, 2020, 2:11 PM IST

ବରମୁଣ୍ଡାରେ ଫସିଛନ୍ତି ଯାତ୍ରୀ
ବରମୁଣ୍ଡାରେ ଫସିଛନ୍ତି ଯାତ୍ରୀ

ଭୁବନେଶ୍ବର: କେନ୍ଦ୍ର କୃଷି ଆଇନକୁ ବିରୋଧ କରି କୃଷକ ସଙ୍ଗଠନ ଦେଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ବରମୁଣ୍ଡା ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି । ଭାରତ ବନ୍ଦ ପାଇଁ ଯାତ୍ରୀମାନେ ବସଷ୍ଟାଣ୍ଡରେ ଫସିରହିଛନ୍ତି । ଗାଡି ବନ୍ଦ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯିବାକୁ ଚାହୁଁଥିବା ଲୋକେ ଏଠାରେ ରହିଯାଇଛନ୍ତି ।

ବରମୁଣ୍ଡାରେ ଫସିଛନ୍ତି ଯାତ୍ରୀ

କୌଣସି ସ୍ଥାନକୁ ବସ ଯାତାୟତା କରୁନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତ୍ରୀମାନେ ରାତ୍ରିକାଳୀନ ବସରେ ଭୁବନେଶ୍ବର ଆସିଥିବାବେଳେ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଗାଡିକୁ ଅପେକ୍ଷା କରିଛନ୍ତି ।

ସେପଟେ କିଛି ବସ ଓ ଅଟୋ ମଧ୍ୟ ଚଳାଚଳ କରୁଥିବାର ନଜର ଆସିଛି। ସୂଚନାଥାଉକି, କୃଷକ ସଙ୍ଗଠନ ପକ୍ଷରୁ ଦେଶବ୍ୟାପୀ ଦିନ 11ଟାରୁ ଅପରାହ୍ନ 3ଟା ଯାଏ ଚକାଜାମ ପାଇଁ କୁହାଯାଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ସକାଳୁ ହିଁ ସବୁ କିଛି ବନ୍ଦ ଥିବା ଦେଖାଦେଇଛି ।

ବରମୁଣ୍ଡାରେ ଫସିଛନ୍ତି ଯାତ୍ରୀ

ସେହିପରି ବିମାନବନ୍ଦର ଯିବା ପାଇଁ ମଧ୍ୟ ହଇରାଣ ହେଉଛନ୍ତି ଲୋକେ । ଗାଡି ନଥିବାରୁ ବିମାନବନ୍ଦର ପର୍ଯ୍ୟନ୍ତ ପହଞ୍ଚିବା କାଠିକର ପାଠ ହେଉଛି । ବିମାନ ସେବା ଚାଲୁଥିବାବେଳେ ଗାଡି ନଥିବାରୁ ଏଠାକୁ ପହଞ୍ଚିବାକୁ ଅନେକ ହଇରାଣର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Dec 8, 2020, 2:11 PM IST

ABOUT THE AUTHOR

...view details