ଓଡିଶା

odisha

ETV Bharat / city

ଭୁବନେଶ୍ବରରେ ଭାରତ ବନ୍ଦର ପ୍ରଭାବ - ଶ୍ରମିକ ସଂଗଠନର ବନ୍ଦ ଡାକରା

କେନ୍ଦ୍ର ସରକାରଙ୍କର ଜନ ବିରୋଧୀ ନୀତି ଓ ଏକଛତ୍ରବାଦ ଶାସନ ବିରୋଧରେ ଆଜି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଅଧିକ ପଢନ୍ତୁ...

bharat band
ଭୁବନେଶ୍ବରରେ ଭାରତ ବନ୍ଦର ପ୍ରଭାବ

By

Published : Nov 26, 2020, 9:38 AM IST

Updated : Nov 26, 2020, 9:51 AM IST

ଭୁବନେଶ୍ବର: ଓଡ଼ିଶାରେ ଅନୁଭୂତ ହୋଇଛି ଭାରତ ବନ୍ଦର ପ୍ରଭାବ | କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ଓ ଏକଛତ୍ରବାଦ ଶାସନ ବିରୋଧରେ ଆଜି 10 କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ଭୁବନେଶ୍ୱରରେ ସଂଗଠନ ପକ୍ଷରୁ ରାଜରାସ୍ତା ଅବରୋଧ କରାଯାଇଥିବା ବେଳେ ପୋଲିସର ହସ୍ତକ୍ଷେପ ପରେ ସ୍ବଭାବିକ ହୋଇଛି ଜାତୀୟ ରାଜପଥ ।

ଭୁବନେଶ୍ବରରେ ଭାରତ ବନ୍ଦର ପ୍ରଭାବ

ଆଜି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରଖିବାକୁ ସଂଗଠନମାନଙ୍କ ପକ୍ଷରୁ ଆହ୍ବାନ ଦିଆଯାଇଛି। ସହରର ପ୍ରମୁଖ ଛକ ସମେତ ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡ ପ୍ରଭୃତି ୧୭ଟି ସ୍ଥାନରେ ପିକେଟିଂ କରିବାକୁ ସଂଗଠନ ସମୂହ ଯୋଜନା କରିଛନ୍ତି। ଏଥିପାଇଁ ପୋଲିସ ପକ୍ଷରୁ ବିଶେଷ ବନ୍ଦୋବସ୍ତ କରାଯାଇ 20 ପ୍ଲାଟୁନ ଫୋର୍ସ ସହ 4 ଡିସିପି, 3 ଆଡିସିନାଲ ଡିସିପି ଓ 5 ଓମେନ ଫୋର୍ସ ମୁତୟନ ହୋଇଛନ୍ତି ।

ଏକାଧିକ ସରକାରୀ କ୍ଷେତ୍ରର ଘରୋଇକରଣ ଓ ନୂଆ କୃଷି ଆଇନ ବିରୋଧରେ ଶ୍ରମିକ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ସେହିପରି ନୂଆ କୃଷି ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ମଧ୍ୟ ଶ୍ରମିକ ସଂଗଠନ ନଭେମ୍ବର ୨୬ ଓ ୨୭ରେ ସମର୍ଥନ କରିଛନ୍ତି । ଭାରତ ବନ୍ଦରେ ସାମିଲ ହୋଇଥିବା 10 ଟି ଟ୍ରେଡ ୟୁନିଅନ ହେଲା ଇଣ୍ଡିଆନ ନ୍ୟାସନାଲ ଟ୍ରେଡ ୟୁନିଅନ କଂଗ୍ରେସ (INTUC), ଅଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ (AITUC), ହିନ୍ଦ ମଜଦୁର ସଭା (HMS), ସେଣ୍ଟର ଫର ଇଣ୍ଡିଆନ ଟ୍ରେଡ ୟୁନିଅନ (CITU), ଅଲ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିଅନ କେନ୍ଦ୍ରରେ ଅଂଶଗ୍ରହଣ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 26, 2020, 9:51 AM IST

ABOUT THE AUTHOR

...view details