ଓଡିଶା

odisha

ETV Bharat / city

ଭାପୁର ବ୍ଲକ ଅଧ୍ୟକ୍ଷାଙ୍କୁ ମାନସିକ ନିର୍ଯାତନା ଅଭିଯୋଗ

ଆଦିବାସୀ ମହିଳାଙ୍କ ସମେତ ବ୍ଲକ ଅଧ୍ୟକ୍ଷାଙ୍କୁ ନିର୍ଯାତନା ସହ ହତ୍ୟାଧମକ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଲୋକେ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଭାପୁର ବ୍ଲକ ଆଦିବାସୀ ଓ ମହିଳା ଅଧ୍ୟକ୍ଷାଙ୍କୁ ମାନସିକ ନିର୍ଯାତନା ଅଭିଯୋଗ
ଭାପୁର ବ୍ଲକ ଆଦିବାସୀ ଓ ମହିଳା ଅଧ୍ୟକ୍ଷାଙ୍କୁ ମାନସିକ ନିର୍ଯାତନା ଅଭିଯୋଗ

By

Published : Jul 17, 2021, 9:56 AM IST

Updated : Jul 17, 2021, 3:56 PM IST

ଭୁବନେଶ୍ବର: ଭାପୁର ବ୍ଲକ ଆଦିବାସୀ ଓ ମହିଳା ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କୁ ଦିଆଯାଇଛି ମାନସିକ ନିର୍ଯାତନା ସହ ହତ୍ୟାଧମକ । ଧମକ ଦେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବ୍ଲକର ଉପାଧ୍ୟକ୍ଷ ଓ ତାଙ୍କ ସହଯୋଗୀ ବୋଲି ଅଭିଯୋଗ ହୋଇଛି । ଆଉ ଏମାନଙ୍କୁ ଗିରଫ କରିବା ସହ ଅନ୍ୟ 4ଟି ଦାବି ମଧ୍ୟ ରଖିଛନ୍ତି । ବ୍ଲକରେ ଗତ ଦୁଇ ବର୍ଷ ଧରି ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଅଧ୍ୟକ୍ଷାଙ୍କ ଜାଲ୍ ଦସ୍ତଖତ କରିଥିବା ସମସ୍ତ କାଗଜ ପତ୍ର ଭିଜିଲାନ୍ସ ତଦନ୍ତ ହେଉ ।

ସେପଟେ ବ୍ଲକ ଅଧ୍ୟକ୍ଷାଙ୍କ ନାଁରେ ଆସିଥିବା ଉଦ୍ଦେଶ୍ୟ ମୂଳକ ଅନାସ୍ଥା ପ୍ରସ୍ତାବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷପ କରି ତୁରନ୍ତ ଅନାସ୍ଥା ପ୍ରସ୍ତାବକୁ ରଦ୍ଧ କରାଯାଉ ବୋଲି ଦାବି ହୋଇଛି । ଏନେଇ ଗୟାଧର ପରିଡା ଜୋତିରଞ୍ଜନ ପଣ୍ଡା ଓ ଯୋଗେନ୍ଦ୍ର ସ୍ୱାଇଁଙ୍କୁ ତୁରନ୍ତ ଗିରଫ କରି ସରକାର ଦଣ୍ଡବିଧାନ ବ୍ୟବସ୍ଥା କରନ୍ତୁ ।

ସରକାରଙ୍କ ଆଦିବାସୀ ଓ ହରିଜନ ଆଇନ ଅନୁଯାୟୀ ତୁରନ୍ତ ଶାନ୍ତିଲତା ବେହେରା ଏବଂ ତାଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ଦାବି କରିଛନ୍ତି । ଯଦି ସରକାର ଦାବିକୁ ନ ଶୁଣନ୍ତି ତେବେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 17, 2021, 3:56 PM IST

ABOUT THE AUTHOR

...view details