ଭୁବନେଶ୍ୱର: ବିଜେଡିରେ ମିଶିଲେ ଭାଗୀରଥି । ଆନନ୍ଦପୁରର ବିଜେପି ବିଧାୟକ ପ୍ରାର୍ଥୀ ଭାଗୀରଥି ସେଠୀ । ଆସନ୍ତା 2 ତାରିଖରେ ବିଜେପିରୁ ଆନନ୍ଦପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥାନ୍ତେ । କିନ୍ତୁ ଏବେ 3 ତାରିଖରେ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ । ଶୁକ୍ରବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି ।
ସୂଚନାଯୋଗ୍ୟ, ପୂର୍ବରୁ 2004 ମସିହାରେ ଭାଗୀରଥି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ବେଳେ 2009ରେ ବିଜେଡି ଟିକେଟରେ ଆନନ୍ଦପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ 2014ରେବିଜେଡି ପାଇଁ ଅଲୋଡା ହୋଇଥିଲେ ଭାଗିରଥୀ । ଏହାପରେ ସେ ବିଜେପିରେ ସାମିଲ ହୋଇଥିଲେ ।ଚଳିତ ନିର୍ବାଚନରେ ବିଜେପି ତାଙ୍କୁ ଆନନ୍ଦପୁର ପ୍ରାର୍ଥୀ କରିବାକୁ ଘୋଷଣା କରିଥିଲା । ସେହି ଅନୁସାରେ ଆସନ୍ତା 2 ତାରିଖରେ ସେ ପ୍ରାର୍ଥୀପତ୍ର ଦାଖଲ କରିଥାନ୍ତେ । କିନ୍ତୁ ତା' ପୂର୍ବରୁ ଦଳଡିଆଁ ପର୍ବରେ ସାମିଲ ହେଲେ ସେ । ଆଜି ନବୀନ ନିବାସରେ ସେ ନିଜ ସମର୍ଥକଙ୍କ ସହ ମିଶିଛନ୍ତି । ଆନନ୍ଦପୁରରୁ ପୁଣି ଥରେ ଭାଗୀରଥି ବିଜେଡି ପ୍ରାର୍ଥୀ ହେବା ଏକ ପ୍ରକାର ସ୍ଥିର ହୋଇସାରିଛି ।