ଭୁବନେଶ୍ବର:ଭଗତ ସିଂ ୟୁଥ ଆସୋସିଏସନ ପକ୍ଷରୁ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ । ଆଉ ପୋଷାକ ଅଭାବରେ ଜୀବନ ଜିଇଁବେନି ଅସହାୟ ଲୋକେ । ଏନେଇ ରାଜଧାନୀ ଭୁବନେଶ୍ବରସ୍ଥିତ ଲକ୍ଷ୍ମୀସାଗର ଅଞ୍ଚଳର ଭଗତ ସିଂ ୟୁଥ ଆସୋସିଏସନ ପକ୍ଷରୁ ଗରିବ ଅସହାୟମାନେ ଖଣ୍ଡିଏ ପୋଷାକ ଯୋଗାଇଦେବାକୁ ଆରମ୍ଭ ହୋଇଛି ଏହି ପ୍ରୟାସ ।
ଭଗତ ସିଂ ୟୁଥ ଆସୋସିଏସନର ଅଭିନବ ପ୍ରୟାସ, ଅସହାୟକୁ ଦାନ କରୁଛନ୍ତି ପୋଷାକ - ରାଜଧନୀ ଭୁବନେଶ୍ବର
ଆଉ ରହିବନି ପୋଷାକର ଅଭାବ । ଆଉ ପୋଷାକ ଅଭାବରେ ଜୀବନ ଜିଇଁବେନି ଅସହାୟ ଲୋକେ । ଏନେଇ ଏଥର ନିଆରା ପଦକ୍ଷେପ ଗ୍ରହଣ କରିଛି ଭଗତ ସିଂ ୟୁଥ ଆସୋସିଏସନ । ଅଧିକ ପଢନ୍ତୁ...

ଭଗତ ସିଂ ୟୁଥ ଆସୋସିଏସନର ଅଭିନବ ପ୍ରୟାସ, ଅସହାୟକୁ ଦାନ କରୁଛନ୍ତି ପୋଷାକ
ଭଗତ ସିଂ ୟୁଥ ଆସୋସିଏସନର ଅଭିନବ ପ୍ରୟାସ, ଅସହାୟକୁ ଦାନ କରୁଛନ୍ତି ପୋଷାକ
ତେବେ ଏଥିରେ ଲେଖା ଅଛି କି ଥିଲେ ବସ୍ତ୍ର ଦାନ କରନ୍ତୁ କିମ୍ବା ଦରକାର ଥିଲେ ନିଅନ୍ତୁ । ଏନେଇ ଏକ କାଉଣ୍ଟର ଖୋଲା ଯାଇଛି ଲକ୍ଷ୍ମୀସାଗର ହାଇସ୍କୁଲ ଛକରେ । ଆସୋସିଏସନର ଏହି ପ୍ରୟାସ ରାଜଧାନୀ ସାରା ବେଶ ପ୍ରଶଂସା ମିଳୁଛି । ତେବେ ଦାନ ଅଧିକା ଆସିଲେ ମାଷ୍ଟର କ୍ୟାଣ୍ଟିନ, ରାଜମହଲ ଓ ବାଣୀବିହାର ଭଳି ସ୍ଥାନରେ ଆସୋସିଏସନର ସଦସ୍ୟମାନେ ବୁଲି ବଣ୍ଟନ କରିବେ ବୋଲି ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ