ଓଡିଶା

odisha

Odisha Assembly: ଉଠିଲା ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ

By

Published : Jul 6, 2022, 2:04 PM IST

ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ବିଭିନ୍ନ ବିଭାଗରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏମଏସପିଠୁ ନେଇ ଚାଷୀଙ୍କ ଆୟ ପ୍ରସଙ୍ଗରେ ଉଠିଥିବା ପଡିଥିଲା ଗୃହ । ଅଧିକ ପଢନ୍ତୁ

Odisha Assembly: ଉଠିଲା ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ
Odisha Assembly: ଉଠିଲା ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ

ଭୁବନେଶ୍ବର:ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ବିଭିନ୍ନ ବିଭାଗରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏମଏସପିଠୁ ନେଇ ଚାଷୀଙ୍କ ଆୟ ପ୍ରସଙ୍ଗରେ ଉଠିଥିବା ପଡିଥିଲା ଗୃହ । ଶୂନ୍ୟକାଳରେ ଭଦ୍ରକ ମେଡ଼ିକାଲ କଲେଜ ପ୍ରସଙ୍ଗ ଉଠିଥିଲା। ସର୍ବ ଭାରତୀୟ ସ୍ତରରେ ସମ୍ବେଦନଶୀଳ ଜିଲ୍ଲା ମଧ୍ୟରେ ଭଦ୍ରକ ଜିଲ୍ଲା ୬ ନମ୍ବରରେ ରହିଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟରେ ରହିଛି । ଭଦ୍ରକ ଜାତୀୟ ରାଜପଥ ସଂଲଗ୍ନ ସହର। ଉନ୍ନତ ସ୍ବାସ୍ଥ୍ୟ ସେବାରୁ ଭଦ୍ରକ ବଞ୍ଚିତ। ଭଦ୍ରକରେ ମେଡ଼ିକାଲ କଲେଜ କଣ ପାଇଁ ପ୍ରତିଷ୍ଠା ହେଲାନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ଉପନେତା ବିଷ୍ଣୁ ସେଠୀ ।

ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ କଲେଜକୁ 150 କୋଟି ଟଙ୍କା ଦେଲାପରେ ବି ରାଜ୍ୟ ସରକାର ଜମି ଯୋଗାଇଦେବାରେ ବିଫଳ। ଜିଲ୍ଲାରେ ବିଭିନ୍ନ ସ୍ଥାନରୁ ରୋଗୀ ଭଦ୍ରକ ଆସୁଛନ୍ତି। କଣ ପାଇଁ ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବ ନାହିଁ ତାର କାରଣ ସରକାର ରଖନ୍ତୁ ବୋଲି ବର୍ଷିଥିଲେ ବିଷ୍ଣୁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details