ଓଡିଶା

odisha

ETV Bharat / city

ରାଜ୍ୟରେ ଲାଗୁହେବ ‘ବେଟି ବଚାଓ ବେଟି ପଢାଓ’ ଯୋଜନା

ରାଜ୍ୟ ସରକାର ସମସ୍ତ ୩୦ଟି ଜିଲ୍ଲାରେ ଲାଗୁ କରିବେ ବେଟି ପଢ଼ାଓ ବେଟି ବଚାଓ ଯୋଜନା । ଏନେଇ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର।

By

Published : Dec 28, 2019, 11:11 PM IST

bhubaneswar
ରାଜ୍ୟରେ ଲାଗୁହେବ ‘ବେଟି ବଚାଓ, ବେଟି ପଢ଼ାଓ’

ଭୁବନେଶ୍ବର: ସାରା ରାଜ୍ୟରେ ଲାଗୁହେବ ବେଟି ବଚାଓ ବେଟି ପଢ଼ାଓ ଯୋଜନା । ୨୦୧୫ ମସିହାରୁ ନୟାଗଡ଼ ଜିଲ୍ଲାରେ ପାଇଲଟ ପ୍ରୋଜେକ୍ଟ ଭାବରେ ଏହାକୁ ଲାଗୁ ହୋଇଥିଲା । ଏଥିରେ ସଫଳତା ମିଳିବା ପରେ ରାଜ୍ୟ ସରକାର ସବୁ ଜିଲ୍ଲାରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।

ରାଜ୍ୟରେ ଲାଗୁହେବ ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା

ବେଟି ପଢ଼ାଓ ବେଟି ବଚାଓ ଯୋଜନାକୁ ଓଡିଶାର ସବୁ ଜିଲ୍ଲାରେ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାରେ ସମସ୍ତ ଅର୍ଥ କେନ୍ଦ୍ର ସରକାର ଯୋଗାଇଦେଵେ । ଜିଲ୍ଲାପାଳମାନଙ୍କୁ ସିଧାସଳଖ କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ଅର୍ଥ ଆସିବ । କନ୍ୟା ସନ୍ତାନକୁ ଗୁରୁତ୍ବ ପ୍ରଦାନ, ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଏହି ଯୋଜନାର ଉଦ୍ଦେଶ୍ୟ ରହିଛି ।

ନୟାଗଡ଼ ଜିଲ୍ଲାରେ ଏକଦା କନ୍ୟାଭ୍ରୁଣ ହତ୍ୟାକୁ ନେଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଯୋଜନା ପ୍ରଥମେ ନୟାଗଡ଼ ଜିଲ୍ଲାରେ ଲାଗୁ ହେବା ପରେ ସେଠାକାର ପରିସ୍ଥିତି ବଦଳି ଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଏହି ଯୋଜନା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ମହିଳା ଏବଂ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓ କହିଛନ୍ତି ।

ସେପଟେ ବିଜେପି ନେତା ସୁରଥ ବିଶ୍ବାଳ ଏହି ଯୋଜନା ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ମାନସ ଯୋଜନା, ଏହାକୁ ଲାଗୁ ହେବା ନିଶ୍ଚିତ ଏକ ଶୁଭ ସୂଚନା, ଏହା ଦ୍ବାରା ମହିଳାଙ୍କ ସଂଖ୍ୟା ବୃଦ୍ଧି ହେବା ସହ, ଆଗାମୀ ଦିନରେ ମହିଳା ମାନଙ୍କୁ ସଶକ୍ତ କରିବା ଓ ସ୍ବାବଲମ୍ବୀ କରିବାରେ ସହାୟକ ହେବ ବୋଲି କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details