ବ୍ରହ୍ମପୁର: ଛୁଟି ସରିବା ପରେ ମଧ୍ୟ କାର୍ଯ୍ୟରେ ଯୋଗଦେଲେନି ଡାକ୍ତର ସ୍ବାମୀ ସୁମିତ ସାହୁ। ପୁଣି ଥରେ ଏକ ଇମେଲ ବାର୍ତ୍ତା ଯୋଗେ ସ୍ବାସ୍ଥ୍ୟବସ୍ଥା ସୁଧାରି ନଥିବା ଯୋଗୁଁ ଅଧିକ ଚିକିତ୍ସା ପାଇଁ ହେଡକ୍ବାର୍ଟରକୁ ଲିଭରେ ରହିବା ନେଇ ଅବଗତ କରାଇଥିବା ବେଳେ ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତପସ୍ବିନୀ ଦାସ।
ଗତ ପାଞ୍ଚ ଦିନ ଧରି ଆସିକା ଚିନିକଳ ଗେଷ୍ଟହାଉସରୁ ସ୍ବାମୀ ସୁମିତ ଫେରାର ହୋଇଯିବା ପରେ ଏକାକୀ ରହି ଆସୁଛନ୍ତି ତପସ୍ବିନୀ । ସେପଟେ ଫେରିବାର କିଛି ବି ସୂଚନା ନାହିଁ ତାପସ୍ପିନୀ ପାଖରେ। ଏହାକୁ ନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଗତକାଲି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଅନ୍ୟ ଏକ ପିଟିସନ୍ ମଧ୍ୟ ଦାଖଲ କରିଥିଲେ ତପସ୍ବିନୀ । ହଠାତ୍ ଡାକ୍ତର ସ୍ବାମୀ ସୁମିତ ପତ୍ନୀ ତପସ୍ପୀନିଙ୍କୁ ଛାଡି କେଉଁ ଆଡେ ଛାଡି ଅଚାନକ ପଳାଇଯିବା ଏବଂ ଛୁଟି ସରିଯାଇଥିଲେ ମଧ୍ୟ ଅସୁସ୍ଥ ଦେଖାଇ କାର୍ଯ୍ୟରେ ଯୋଗ ନଦେବା ଘଟଣା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ବିଶେଷ କରି ତପସ୍ପିନୀଙ୍କ କ୍ଷେତ୍ରରେ ରହିବା ଖାଇବା କଷ୍ଟସାଧ୍ୟ ହେଉଥିବା ସେ ଅଭିଯୋଗ କରିଛନ୍ତି ।