ଓଡିଶା

odisha

ETV Bharat / city

ହିରୋ ସୁପର କପ: ଚେନ୍ନାଇ ସିଟି ପ୍ରଥମ ସେମିଫାଇନାଲସିଷ୍ଟ - ବେଙ୍ଗାଲୁରୁ

ହିରୋ ସୁପର କପର ପ୍ରଥମ ସେମିଫାଇନାଲିଷ୍ଟ ବନିଛି ଚେନ୍ନାଇ ସିଟି । ଗୁରୁବାର ଖେଳାଯାଇଥିବା ପ୍ରଥମକ୍ବର୍ଟର ଫାଇନାଲ ମ୍ୟାଚରେ ବେଙ୍ଗାଲୁରୁ ଏଫସିକୁ 2-1 ଗୋଲ ବ୍ୟବଧାନରେ ପରାସ୍ତ କରିଛି ଦଳ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Apr 12, 2019, 2:38 PM IST

ଭୁବନେଶ୍ବର: ହିରୋ ସୁପର କପର ପ୍ରଥମ ସେମିଫାଇନାଲିଷ୍ଟ ବନିଛି ଚେନ୍ନାଇ ସିଟି । ଗୁରୁବାର ଖେଳାଯାଇଥିବା ପ୍ରଥମକ୍ବର୍ଟର ଫାଇନାଲ ମ୍ୟାଚରେ ବେଙ୍ଗାଲୁରୁ ଏଫସିକୁ 2-1 ଗୋଲ ବ୍ୟବଧାନରେ ପରାସ୍ତ କରି ଦଳ । ତେବେ ଦୁଇ ଚାମ୍ପିଆନ ଦଳ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚ ପ୍ରଥମରୁ ବେଶ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା । ତେଣୁ ପ୍ରଥମରୁ ବଲ ନିଜ ଆୟତ୍ତରେ ରଖିବା ସହିତ ଗୋଲ ସ୍କୋର କରିବାକୁ ସଂଘର୍ଷ ଆରମ୍ଭ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଖେଳର 15 ମିନିଟ ସମୟରେ ଚେନ୍ନାଇ ସିଟିର ମଧ୍ୟଭାଗ ଖେଳାଳି ନେଷ୍ଟର ଜେସସ ମ୍ୟାଚର ପ୍ରଥମ ଗୋଲ ସ୍କୋର କରିଥିଲେ । ଯାହାକୁ ବରାବର କରିବାକୁ ବେଙ୍ଗାଲୁରୁ ଏଫସି ନିକଟରେ ଅନେକ ସୁଯୋଗ ରହିଥିଲା । ମାତ୍ର ଏହାକୁ ଦଳ ପକ୍ଷରୁ କୌଣସି ଖେଳାଳି ଗୋଲରେ ପରିଣତ କରିବାକୁ ସକ୍ଷମ ହୋଇନଥିଲେ। ଫଳରେ ଖେଳ ପ୍ରଥମାର୍ଦ୍ଧ ଶେଷ ପର୍ଯ୍ୟନ୍ତ ଚେନ୍ନାଇ ସିଟି ଲିଡରେ ରହିଥିଲା ।

ଦ୍ଵିତୀୟାର୍ଦ୍ଧ ଆରମ୍ଭ ହେବା ପରେ ଚେନ୍ନାଇ ସିଟି ପକ୍ଷରୁ ଦଳର କ୍ୟାପଟେନ ପେଦ୍ରୋ 54 ମିନିଟରେ ଦଳ ପାଇଁ ଦ୍ବିତୀୟ ଗୋଲ ସ୍କୋର କରିଥିଲେ । ଯେବେକି ବେଙ୍ଗାଲୁରୁ ଅନେକ ସୁଯୋଗ ପାଇବା ସତ୍ତ୍ୱେ 65 ମିନିଟରେ ଦଳର କ୍ୟାପଟେନ ସୁନୀଲ ଛେତ୍ରୀଙ୍କ ଦ୍ୱାରା ଗୋଟିଏ ଗୋଲ ସ୍କୋର କରିବାରେ ସମର୍ଥ ହୋଇଥିଲା ।

ତେବେ ଶେଷରେ ଉତ୍ତମ ପ୍ରଦର୍ଶନ ପାଇଁ ଚେନ୍ନାଇର ଖେଳାଳି ମାଉରୋଙ୍କୁ ହିରୋ ଅଫ ଦ ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା। ଚେନ୍ନାଇ ସିଟିର ଏହି ବିଜୟର ଶ୍ରେୟ ଦଳର କୋଚ ଆକବର ସମସ୍ତ ଖେଳାଳିଙ୍କୁ ପ୍ରଦାନ କରିଛନ୍ତି । କାରଣ ବେଙ୍ଗାଲୁରୁ ଭଳି ଏକ ଶକ୍ତିଶାଳୀ ଟିମ୍ ବିପକ୍ଷରେ ଦଳର ପ୍ରତ୍ୟେକ ଖେଳାଳି ମୁଖ୍ୟତଃ ଗୋଲ କିପର ପେଦ୍ରୋଙ୍କ ପ୍ରଦର୍ଶନ ବେଶ ଉନ୍ନତ ଥିବା ସେ କହିଛନ୍ତି।

ଭୁବନେଶ୍ବରରୁ ଳକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details