ଓଡିଶା

odisha

ETV Bharat / city

ଢ଼ାକିବାଦ୍ୟ ତାଳରେ ମା’ଙ୍କୁ ଆବାହନ - ରାଜଧାନୀ ଭୁବନେଶ୍ବର

ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ମତରେ ମା’ ଦୁର୍ଗାଙ୍କୁ ପୂଜା କରୁଥିବା ବେଳେ ରାଜଧାନୀରେ ଥିବା ବଙ୍ଗଳା ଭାଷାଭାଷୀ ଲୋକେ ସ୍ବତନ୍ତ୍ର ଢ଼ାକି ବାଦ୍ୟ ବଜାଇ କରୁଛନ୍ତି ମା’ଙ୍କ ପୂଜାର୍ଚ୍ଚନା । ଅଧିକ ପଢ଼ନ୍ତୁ...

ଢ଼ାକି ବାଦ୍ୟର ତାଳରେ ମା’ଙ୍କୁ ଆବାହନ

By

Published : Oct 7, 2019, 10:09 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବେଶ ଆଡମ୍ବରରେ ଚାଲିଛି ମା’ ଦଶଭୂଜାଙ୍କ ପୂଜାର୍ଚ୍ଚନା । ବଡ଼ ବଡ଼ ତୋରଣ ସହ ଝଲସି ଉଠୁଛି ମା’ଙ୍କ ମେଢ଼। ତେବେ ରାଜଧାନୀରେ ଥିବା ବଙ୍ଗାଳୀ ସମ୍ପ୍ରଦାୟଙ୍କ ଦ୍ବାରା ବଙ୍ଗାଳୀ ସାହି ପୂଜାମଣ୍ଡପରେ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହେଉଛି ।

ଢ଼ାକି ବାଦ୍ୟର ତାଳରେ ମା’ଙ୍କୁ ଆବାହନ

ଦଶହରା ବଙ୍ଗଳା ଭାଷାଭାଷୀ ଲୋକଙ୍କ ପାଇଁ ମୁଖ୍ୟ ପାର୍ବଣ ହୋଇଥାଏ । ତେବେ ଭୁବନେଶ୍ବରରେ ସ୍ବତନ୍ତ୍ର ଢ଼ାକି ବାଦ୍ୟର ତାଳରେ ମା’ଙ୍କୁ ଆବାହନ କରିଛନ୍ତି ଏମାନେ । ଏହି ସ୍ବତନ୍ତ୍ର ଢ଼ାକି ବାଦ୍ୟ ମା’ଙ୍କର ଖୁବ ପ୍ରିୟ ବୋଲି ବିଶ୍ବାସ କରନ୍ତି ଭକ୍ତ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details