ଓଡିଶା

odisha

ETV Bharat / city

ଟୀକାକରଣ ପୂର୍ବରୁ ଗୁଜବ ପ୍ରତି ଧ୍ୟାନ ନଦେବାକୁ ଧର୍ମେନ୍ଦ୍ରଙ୍କ ଅପିଲ - ଧର୍ମେନ୍ଦ୍ର ପ୍ରଧାନ

ଟୀକାକରଣକୁ ନେଇ ଅନେକ ଗୁଜବ ମଧ୍ୟ ସୃଷ୍ଟି କରାଯାଉଛି । ଏହି ସବୁ ଗୁଜବରୁ ଦୂରେଇ ରହିବାକୁ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

before the vaccination Dharmendra pradhan appeal  not to pay attention to rumors
ଟୀକାକରଣ ପୂର୍ବରୁ ଗୁଜବ ପ୍ରତି ଧ୍ୟାନ ନଦେବାକୁ ଧର୍ମନ୍ଦ୍ରଙ୍କ ଅପିଲ

By

Published : Jan 13, 2021, 6:12 AM IST

ଭୁବନେଶ୍ବର: ମହାମାରୀ କୋରୋନାର ମୁକାବିଲା ପାଇଁ ଜାନୁଆରୀ 16ରୁ ଆରମ୍ଭ ହେବାକୁ ଯାଉଛି ଟୀକାକରଣ । ତେବେ ଟୀକାକରଣକୁ ନେଇ ଅନେକ ଗୁଜବ ମଧ୍ୟ ସୃଷ୍ଟି କରାଯାଉଛି । ଏହି ସବୁ ଗୁଜବରୁ ଦୂରେଇ ରହିବାକୁ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଟୀକାକରଣ ପୂର୍ବରୁ ଗୁଜବ ପ୍ରତି ଧ୍ୟାନ ନଦେବାକୁ ଧର୍ମନ୍ଦ୍ରଙ୍କ ଅପିଲ

ଧର୍ମେନ୍ଦ୍ର ଟ୍ବିଟ କରି ଲେଖିଛନ୍ତି, କୋଭିଡ ବିରୁଦ୍ଧରେ ସମଗ୍ର ମାନବ ଜାତି ନିର୍ଣ୍ଣାୟକ ସ୍ତରରେ ଛିଡା ହୋଇଥିବା ବେଳେ ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିଛି ସ୍ବଦେଶୀ ଭ୍ୟାକ୍ସିନ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 3 ଲକ୍ଷ 28 ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ କୋଭିଡ ଟିକା ।

ତେବେ ବିଶାଳ ଟିକାକରଣ ଅଭିଯାନକୁ ସମର୍ଥନ କରି କୋଭିଡର ସମସ୍ତ ନିୟମାବଳୀ ପାଳନ କରିବାକୁ ରାଜ୍ୟର ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ଏହା ସହ ଗୁଜବରୁ ଦୂରେଇ ରହିବାକୁ ମଧ୍ୟ ସେ ଅପିଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details