ଭୁବନେଶ୍ବର :ଲକଡାଉନ ସତ୍ତ୍ବେ ଦିନକୁ ଦିନ ବଢ଼ିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଯାବତ୍ ରାଜ୍ୟରେ 23 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏପଟେ, କେନ୍ଦ୍ର ସରକାର 21 ଦିନ ପାଇଁ ଲକଡାଉନ କରିଥିବା ବେଳେ ରାଜ୍ୟ ସରକାର କିଛି ଜିଲ୍ଲାକୁ ଦୁଇ ଦିନ ଧରି ସଟଡାଉନ କରିଛନ୍ତି । ଯାହା ରବିବାର 8ଟାରେ ଶେଷ ହେବ । ସୋମବାର ଠାରୁ ମାର୍କେଟ ଖୋଲିବ । ଏହା ପୂର୍ବରୁ ରାଜଧାନୀ ଭୁବନେଶ୍ବରର 10ଟି ବଡ ମାର୍କେଟକୁ ସାନିଟାଇଜ କରାଯାଇଛି ।
ମାର୍କେଟ ଖୋଲିବା ପୂର୍ବରୁ ସାନିଟାଇଜ ହେଲା ରାଜଧାନୀର 10ଟି ବଡ ମାର୍କେଟ - ରାଜଧାନୀର 10 ଟି ମାର୍କେଟ ହେଲା ସାନିଟାଇଜ
ସଟଡାଉନ ପରେ ଖୋଲିବ ବଜାର । ମାର୍କେଟ ଖୋଲିବ ପୂର୍ବରୁ ସାନିଟାଇଜର ହେଲା ରାଜଧାନୀର 10 ଟି ବଡ ମାର୍କେଟ । ଅଧିକ ପଢନ୍ତୁ....
ରାଜଧାନୀର 10 ଟି ମାର୍କେଟ ହେଲା ସାନିଟାଇଜ
ରାଜଧାନୀର 10 ଟି ମାର୍କେଟ ହେଲା ସାନିଟାଇଜ
ଏହି 10ଟି ମାର୍କେଟକୁ ସାନିଟାଇଜ କରିବା ପାଇଁ 5ଟି ଅଗ୍ନିଶମ ବିଭାଗର ଗାଡି ବ୍ୟବହାର ହୋଇଛି । ସାନିଟାଇଜ ହୋଇଥିବା 10ଟି ବଡ ମାର୍କେଟ ମଧ୍ୟରେ 1 ନଂ ହାଟ, ୟୁନିଟ 4 ମାର୍କେଟ, ସହିଦନଗର ମାର୍କେଟ, ରୁଚିକ ମାର୍କେଟ, ଇନ୍ଦ୍ରଧନୁ ମାର୍କେଟ, ଡମଣା ହାଟ, ୟୁନିଟ 3 ମାର୍କେଟ, ଗଣ୍ଡମୁଣ୍ଡା ମାର୍କେଟ, ବିଜେବି ନଗର ମାର୍କେଟ ଓ ମା' କୋଚିଲା ଖାଇ ମାର୍କେଟ ସାମିଲ ରହିଛି । ସେହିପରି ଭୁବନେଶ୍ବରର ସୂର୍ଯ୍ୟନଗର ଓ ବମିଖାଲକୁ ଅଧିକାଂଶ ଦିନ ସାଇନଟାଇଜ କରାଯିବ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ