ଭୁବନେଶ୍ବର: ଅକ୍ଟୋବର ୨ ତାରିଖରେ ରିଲିଜ୍ ହେବାକୁ ଥିବା ବହୁ ଚର୍ଚ୍ଚିତ ଫିଲ୍ମ 'ସୈରା ନରସିମା ରେଡ୍ଡି'କୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । 1846ରେ ଆନ୍ଧ୍ର୍ରରେ ବ୍ରିଟିଶ ଶାସନ ପ୍ରତି ହୋଇଥିବା ବିଦ୍ରୋହକୁ ନେଇ ନିର୍ମିତ ଏହି ବିଗ୍ ବଜେଟର ଫିଲ୍ମ । ଫିଲ୍ମର କାହାଣୀଟି ସ୍ବର୍ଗତ ସ୍ବାଧୀନତା ସଂଗ୍ରାମୀ ଉଲ୍ଲଲାୱଡା ନରସିଂହା ରେଡ୍ଡିଙ୍କ ଜୀବନ କାହାଣୀ ଉପରେ ପ୍ରସ୍ତୁତ ।
ଆନ୍ଧ୍ରର ଜଣେ ଚଳଚ୍ଚିତ୍ର ପ୍ରଯୋଜକ ଏହି ଚଳଚ୍ଚିତ୍ରକୁ ନିର୍ମାଣ କରୁଛନ୍ତି । ଚଳଚ୍ଚିତ୍ରଟି ତେଲେଗୁ, ହିନ୍ଦୀ, ତାମିଲ, ମାଲାୟଲମ ଭଳି 4ଟି ଭାଷାରେ ନିର୍ମିତ ହୋଇଛି । ଉକ୍ତ ଚଳଚ୍ଚିତ୍ରରେ ବଲିଉଡର ବାଦଶାହା ଅମିତା ବଚ୍ଚନ, ତେଲେଗୁ ସୁପରଷ୍ଟାର ଚିରଞ୍ଜିବୀ ପ୍ରମୁଖ ଭୂମିକାରେ ନଜର ଆସିବେ । ହେଲେ ଫିଲ୍ମରେ 1846 ରେ ଆନ୍ଧ୍ରରେ ବ୍ରିଟିଶ ଶାସନ ପ୍ରତି ହୋଇଥିବା ନରସିଂହା ରେଡ୍ଡିଙ୍କ ବିଦ୍ରୋହକୁ ଦେଶରେ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଦେଖାଯାଉଛି । ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।