ଓଡିଶା

odisha

ETV Bharat / city

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ବିଏଡ୍ ଛାତ୍ରଛାତ୍ରୀ - ଶିକ୍ଷାମନ୍ତ୍ରୀ

ପ୍ରବେଶିକା ପରୀକ୍ଷା ବା OSSTETରେ ଉଲ୍ଲେଖ ଥିବା ନିୟମାବଳୀକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ବିଏଡ ଛାତ୍ରଛାତ୍ରୀ । ବିଏଡ ଛାତ୍ରଛାତ୍ରୀଙ୍କ ଦାବିକୁ ଆଲୋଚନା ବିଚାରକୁ ନେବାକୁ କହିଲେ ଗଣ ଶିକ୍ଷାମନ୍ତ୍ରୀ । ଅଧିକ ପଢନ୍ତୁ...

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ବିଏଡ୍ ଛାତ୍ରଛାତ୍ରୀ
ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ବିଏଡ୍ ଛାତ୍ରଛାତ୍ରୀ

By

Published : Jul 9, 2021, 9:35 PM IST

ଭୁବନେଶ୍ବର: 2018 ମସିହା ପରଠାରୁ ଯେଉଁ ଛାତ୍ରଛାତ୍ରୀ ବିଏଡି କରୁଛନ୍ତି, ସେମାନେ ହାଇସ୍କୁଲ ଶିକ୍ଷକ ପ୍ରବେଶିକା ପରୀକ୍ଷା ବା OSSTET ଦେବାକୁ ଉପଯୁକ୍ତ ହେଉନାହାନ୍ତି । ବିଏଡର ଯେଉଁ ନିୟମାବଳୀ ରହିଛି ଓଏସ ଏସ ଟି ଇ ଟି, ଏବଂ କଣ୍ଟ୍ରାକ୍ଟ ଟିଚର ପୋଷ୍ଟିଂରେ ସମାନ ନିୟମାବଳୀ ନାହିଁ ।

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ବିଏଡ୍ ଛାତ୍ରଛାତ୍ରୀ

2019 ମସିହାରୁ ବି.ଏସ.ଇର OSSTET ଏବଂ କଣ୍ଟ୍ରାକଚୁଆଲ ନିୟମାବଳୀରେ ପରିବର୍ତ୍ତନ କରିବା ପାଇଁ ନିର୍ଦେଶ ଦେଇଥିବାବେଳେ ବି.ଏସ. ଇ ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ କରୁନାହାନ୍ତି ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ । ଆଗକୁ ପ୍ରବେଶିକା ପରୀକ୍ଷା ରହିଥିବା ବେଳେ ଏନେଇ ବିଏଡ୍ ଛାତ୍ରଛାତ୍ରୀ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।


ଅନ୍ୟପଟେ ଗଣ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ସେମାନଙ୍କ ଦାବି ସମ୍ପର୍କରେ ବିଚାର କରିବୁ ଏବଂ ସମସ୍ତ ଛାତ୍ରଛାତ୍ରୀ କିପରି ପରୀକ୍ଷା ଦେଇପାରିବେ ସେନେଇ ବ୍ୟବସ୍ଥା କରାଯିବ । ତେବେ ଛାତ୍ରଛାତ୍ରୀଙ୍କ ଦାବିକୁ ଦୃଷ୍ଟିରେ ରଖି OSSTET ପରୀକ୍ଷାର ଶେଷ ଆବେଦନ ତାରିଖ 13 ତାରିଖରୁ 1ରୁ 2ଦିନ ଘୁଞ୍ଚାଇ ଦିଆଯିବା ନେଇ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details