ଭୁବନେଶ୍ବର: ଶେଷରେ ମୁଣ୍ଡ ନୁଆଁଇଲା BDA । ଆଉ ରାଜଧାନୀବାସୀଙ୍କୁ ଦେଲା ନୂଆ ବର୍ଷ ଭେଟି । ସର୍ବକ୍ଷମା ଯୋଜନା କାର୍ଯ୍ୟକାରୀରେ କୋହଳ କରାଯିବା ସହ ପୂର୍ବରୁ ସଂଗୃହୀତ ଅତିରିକ୍ତ କମ୍ପାଉଣ୍ଡିଂ ଫି ଫେରସ୍ତ କରିବାର ମହଲତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ଡିସେମ୍ବର ବେଳକୁ ଆକାଉଣ୍ଟକୁ ଆସିବ ଟଙ୍କା । ରାଜଧାନୀରେ ବିଡିଏ ପ୍ଲାନକୁ ଖିଲାପ କରି ନିର୍ମାଣ ହୋଇଥିବା ଅନେକ ଘର ଓ ଆପାର୍ଟମେଣ୍ଟକୁ ନିୟମିତ କରିବାକୁ ଯାଇ ସରକାର ୨୦୧୮ ମସିହାରେ ଲାଗୁ କରିଥିଲେ ସର୍ବକ୍ଷମା ଯୋଜନା ।
ଶେଷରେ ମୁଣ୍ଡ ନୁଆଁଇଲା BDA - ଭୁବନେଶ୍ବର ଉନ୍ନୟନ କର୍ତ୍ତୁପକ୍ଷ ସର୍ବକ୍ଷମା ଯୋଜନା
ରାଜଧାନୀବାସୀଙ୍କୁ ଦେଲା ନୂଆ ବର୍ଷ ଭେଟି । ସର୍ବକ୍ଷମା ଯୋଜନା କାର୍ଯ୍ୟକାରୀରେ କୋହଳ କରାଯିବା ସହ ପୂର୍ବରୁ ସଂଗୃହୀତ ଅତିରିକ୍ତ କମ୍ପାଉଣ୍ଡିଂ ଫି ଫେରସ୍ତ କରିବାର ମହଲତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ଡିସେମ୍ବର ବେଳକୁ ଆକାଉଣ୍ଟକୁ ଆସିବ ଟଙ୍କା । ଅଧିକ ପଢନ୍ତୁ
ସର୍ବକ୍ଷମା ଯୋଜନା ଅନ୍ତର୍ଭୁକ୍ତ ଲୋକଙ୍କ ଠାରୁ ବିଡିଏ ଓ ବିଏମସି କମ୍ପାଉଣ୍ଡିଂ ଫି ବାବଦରେ ଅଧିକ ଟଙ୍କା ନେଇଥିବା ଅଭିଯୋଗ ହେବା ସହ ଉକ୍ତ ବର୍ଦ୍ଧିତ ଅର୍ଥକୁ ଫେରାଇବାକୁ ଦାବି ହୋଇଥିଲା । ଶେଷରେ ସହରବାସୀଙ୍କ ଆଗରେ ମୁଣ୍ଡ ନୁଆଇଁ ବିଳମ୍ବରେ ହେଲେ ମଧ୍ୟ ଅତିରିକ୍ତ ବା କମ୍ପାଉଣ୍ଡିଂ ଫି’ କୁ ଲୋକଙ୍କୁ ଫେରାଇବାକୁ ନିଷ୍ପତ୍ତି ନେଇଛି ବିଡିଏ । ୧୦ ତାରିଖ ସୁଦ୍ଧା ଆବେଦନ କରି ଡିସେମ୍ବର ଶେଷ ସୁଦ୍ଧା ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଫେରସ୍ତ କରାଯିବ । ସେହିଭଳି ସର୍ବକ୍ଷମା ସମ୍ପର୍କିତ କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ ପାଇଁ ମଧ୍ୟ ଅଧିକ ୧୫ ଦିନର ମହଲତ ଦିଆଯାଇଥିବା ବେଳେ ଆବଣ୍ଟିତ ଜମି ଓ ଘରର ଲିଜ ଡିଡ୍ ଫେବୃଆରୀ ସୁଦ୍ଧା ହସ୍ତାନ୍ତର କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଡିଏ ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି । ଅନ୍ୟପଟେ ସର୍ବକ୍ଷମା ଯୋଜନା ଲାଗୁ ପରେ ଲୋକଙ୍କୁ ମିଳିଥିଲା ଆଶ୍ବସ୍ଥି । ତେବେ କମ୍ପାଉଣ୍ଡିଂ ଫି ବାବଦ ଅର୍ଥ ରାଶିକୁ ନେଇ ଚିନ୍ତାରେ ପଡିଯାଇଥିଲେ ଆବେଦନକାରୀ । ଏପରିକି ମୋଟା ଅଙ୍କର ଅର୍ଥକୁ ନେଇ ଅନେକ ଆବେଦନ କରିବାରୁ ମଧ୍ୟ ବଞ୍ଚିତ ହୋଇଥିଲେ ।
ତେଣୁ ନିୟମରେ ପରିବର୍ତ୍ତନ ଆଣି ଟଙ୍କା ଫେରସ୍ତ ପାଇଁ ଦାବି ହୋଇଥିଲା । ବିଳମ୍ବରେ ହେଲେ ମଧ୍ୟ ବିଡିଏର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ହିତାଧିକାରୀ । ୨୦୧୯ ମସିହାରୁ ସର୍ବକ୍ଷମା ଯୋଜନାର ପ୍ରାୟ ୧୪ହଜାର ଆବେଦନକାରୀ ଏହା ଦ୍ବାରା ଉପକୃତ ହୋଇପାରିବେ ।ସେପଟେ ଲିଜ ଡିଡ୍ ନଥିବା ଯୋଗୁଁ ପଟ୍ଟା ପ୍ରସ୍ତୁତ ହେବାରେ ମଧ୍ୟ ସମସ୍ୟା ଥିଲା । ଯାହାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି କହିଛନ୍ତି ବିଲଡର ଓ ପ୍ଲାନର । ନୂଆ ବର୍ଷ ପୂର୍ବରୁ ରାଜଧାନୀବାସୀଙ୍କ ପାଇଁ ଖୁସି ଖବର ଆଣିଦେଇଛି ଉଭୟ ବିଡିଏ ଓ ବିଏମସି । ଖୁବଶୀଘ୍ର ଲୋକଙ୍କୁ ମିଳିବ ଆବଣ୍ଟିତ ଜମି ଓ ଗୃହର ଲିଜ ଡିଡ୍ ବିଡିଏର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ତେବେ ଏହି ପ୍ରକ୍ରିୟା ନୂଆ ବର୍ଷ ପୂର୍ବରୁ ସରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ