ଓଡିଶା

odisha

ETV Bharat / city

ମହିଁଶା ଖାଲ ବସ୍ତିରେ 300 ଘର ଉଚ୍ଛେଦ କଲା BDA

ଭୁବନେଶ୍ବର ବିଜେବି ନଗରସ୍ଥିତ ମହିଁଶା ଖାଲ ବସ୍ତିରେ ୩୦୦ରୁ ଊର୍ଦ୍ଧ୍ବ ଘରକୁ ଉଚ୍ଛେଦ କଲା BDA ଏନଫୋର୍ସମେଣ୍ଟ ଟିମ୍ । ଅଧିକ ପଢନ୍ତୁ...

ମହିଁଶା ଖାଲ ବସ୍ତିରେ 300 ଘର ଉଚ୍ଛେଦ କଲା ବିଏମସି
ମହିଁଶା ଖାଲ ବସ୍ତିରେ 300 ଘର ଉଚ୍ଛେଦ କଲା ବିଏମସି

By

Published : Jun 30, 2021, 10:35 PM IST

ଭୁବନେଶ୍ବର: ଭଙ୍ଗା ହେଲା ବିଜେବି ନଗର ମହିଁଶା ଖାଲ ବସ୍ତି । ବିଜେବି ନଗରସ୍ଥିତ ମହିଁଶା ଖାଲ ବସ୍ତିରେ ୩୦୦ରୁ ଊର୍ଦ୍ଧ୍ବ ଘରକୁ ଉଚ୍ଛେଦ କଲା BDA ଏନଫୋର୍ସମେଣ୍ଟ ଟିମ୍ । ପାଖାପାଖି ୮୦ ପରିବାରଙ୍କ ଘର ଉଚ୍ଛେଦ କରାଯାଇଛି । ମହିଁଶା ଖାଲ ବସ୍ତି କଡରେ ବଡଗଡ କେନାଲ ରାସ୍ତା ପ୍ରଶସ୍ତିକରଣ ପାଇଁ ଯୋଜନା ଥିବାରୁ BDA ପକ୍ଷରୁ ଏହାର ଉଚ୍ଛେଦ କରାଯାଇଛି । ବରଗଡ଼ ପୋଲିସ, BMC, BDA ସ୍କ୍ୱାର୍ଡ ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ମହିଁଶା ଖାଲ ବସ୍ତିରେ 300 ଘର ଉଚ୍ଛେଦ କଲା ବିଏମସି
ସେପଟେ ଏହି ଉଚ୍ଛେଦ କାର୍ଯ୍ୟକୁ ବିରୋଧ କରିଛି ବିଜେପି । ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ବସ୍ତି ଉଚ୍ଛେଦ ନେଇ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଲକଡାଉନ ସମୟରେ ବସ୍ତି ବାସିନ୍ଦାଙ୍କୁ ଏଭଳି ହାଇରଣ ହରକତକୁ ଆଦୌ ବରଦାସ୍ତ କରାଯିବ ନାହିଁ । କେବଳ ନିର୍ବାଚନ ପୂର୍ବରୁ ସରକାର ଗରିବ ବସ୍ତି ବାସିନ୍ଦାକୁ ମନେ ପକାନ୍ତି । ନିର୍ବାଚନ ସମୟରେ ବସ୍ତି ଲୋକଙ୍କୁ ଗଣ୍ଡା ଗଣ୍ଡା ପ୍ରତିଶ୍ରୁତି ଓ ସ୍ବପ୍ନ ଦେଖାଇ ଦିଆଯାଏ । ହେଲେ ନିର୍ବାଚନ ସରିଲେ ସବୁକିଛି ପାଶୋରି ଯାଇଥାନ୍ତି ସରକାର ଏବଂ ସେମାନଙ୍କ ଘର ଭାଙ୍ଗିବା ପାଇଁ ବୁଲଡୋଜର ପଠେଇ ଦିଅନ୍ତି ବୋଲି ବାବୁ ସିଂ କହିଛନ୍ତି ।

ଆହୁରିମଧ୍ୟ କୋରୋନା କାଳରେ ଲୋକେ ଭଲ ଭାବେ ଖାଇବାକୁ ମୁଠେ ପାଉନଥିବା ବେଳେ ଏବେ ବାସହରା ହୋଇ ସେମାନେ କୁଆଡେ ଯିବେ ସେ ବିଷୟରେ ସରକାର ଭାବିବା ଦରକାର ବୋଲି ବାବୁ ସିଂ ପ୍ରତିକ୍ରିୟା ରଖିଛନ୍ତି । ଏଥିସହ ସେ ବସ୍ତି ଉଚ୍ଛେଦକୁ ବିରୋଧ କରିବା ସଙ୍ଗେ ସଙ୍ଗେ ଗରିବ ବସ୍ତି ବାସିନ୍ଦା କିପରି ନିଜସ୍ବ ଘର ପାଇବେ ସେଥିପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।


ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details